STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଗୁପ୍ତ ଗୁଣ୍ଡିଚା

ଗୁପ୍ତ ଗୁଣ୍ଡିଚା

1 min
384



ଶାରଦୀୟ ଉତ୍ସବର ଆକର୍ଷଣ 

ଦୁର୍ଗା ମାଧବ ପୂଜନ

ଷୋଡ଼ଶ ଦିନାତ୍ମକ ପୂଜା ବିଧିର

ହୁଏ ଭବ୍ୟ ଆୟୋଜନ

ଆଶ୍ୱିନର କୃଷ୍ଣ ଅଷ୍ଟମୀ ତିଥିରୁ 

ଶୁକ୍ଳ ନବମୀ ପର୍ଯ୍ୟନ୍ତ

ଦୁର୍ଗା ମାଧବଙ୍କ ଭବ୍ୟ ଉପାସନା 

ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ 

ଆଠ ଦିନ ରୁନ୍ଧା ଦୁର୍ଗା ଓ ମାଧବ

ବିମଳାଙ୍କ ମନ୍ଦିରରେ

ପର ଆଠ ଦିନ ରଥ ଯାତ୍ରା ବିଧି

ଗୁପ୍ତ ଗୁଣ୍ଡିଚା ନାମରେ


ଶିବ-ଦୂର୍ଗା ଉପାସିତ ଧାରା ପ୍ରାୟ

ହେଉଅଛି ପ୍ରଚଳିତ

ପୁରୁଷୋତ୍ତମ କ୍ଷେତ୍ରରେ ଭିନ୍ନ ବିଧି

ବିମଳା ଓ ଜଗନ୍ନାଥ

ପ୍ରତିନିଧି ରୂପେ ବିମଳାଙ୍କ ଦୁର୍ଗା

ଜଗନ୍ନାଥଙ୍କ ମାଧବ

ଦୁର୍ଗାମାଧବ ପୂଜନ ପରମ୍ପରା

ଉତ୍କଳରେ ହିଁ ସମ୍ଭବ 

ଶ୍ରୀକ୍ଷେତ୍ରାଧିଶ୍ୱରୀ ରାଜରାଜେଶ୍ୱରୀ 

ସ୍ୱୟଂ ଶ୍ରୀ ବିମଳା ଦେବୀ

ପ୍ରଭୁ ଜଗନ୍ନାଥ ଭୈରବ ରୂପରେ

ବିମଳା ଦେବୀ ଭୈରବୀ


ଶରତ କାଳୀନ ଦୁର୍ଗା ପୂଜା ବେଳେ

କୌଳ ଭୈରବୀ ରୂପରେ

ଅନ୍ୟ ସମୟରେ ପରମ ବୈଷ୍ଣବୀ

ଜଗନ୍ନାଥ ଚେତନାରେ

ବିମଳା ମନ୍ଦିର ସ୍ଥଳ ପାଦ ପୀଠ

ଭାବେ ହୋଇଛି ନାମିତ 

ଆଦି ଶକ୍ତି ସ୍ୱରୂପା ସ୍ୱୟଂ ଭୈରବୀ

ତନ୍ତ୍ର ମନ୍ତ୍ରରେ ପୂଜି

ତ ।

ପ୍ରତିଦିନ ଷୋଡଶ ଉପଚାରରେ

ପୂଜା ହୁଏ ଦେବୀଙ୍କର

ସକାଳ ମଧ୍ୟାହ୍ନ ଓ ସାୟଂ କାଳରେ

ଭବ୍ୟ ବିଧି ସହକାର

ନୈବେଦ୍ୟ ଅର୍ପଣ ବିଧି ପ୍ରତିଦିନ

ନିଷ୍ଠା ଓ ବିଧି ବିଧାନେ 

ଶ୍ରୀଜଗନ୍ନାଥ ସହ ସପ୍ତାବରଣ ଙ୍କୁ

ବିଜେ ରତ୍ନ ସିଂହାସନେ

ଓଡ୍ଡିୟାନ ବିଧିରେ ସେହି ନୈବେଦ୍ୟ

ବିମଳାଙ୍କୁ ନିବେଦନ

ଉକ୍ତ ପ୍ରସାଦ ମହାପ୍ରସାଦ ରୂପେ

ଭକ୍ତ ମଧ୍ୟରେ ଗ୍ରହଣ

ଶଙ୍ଖୁଡ଼ି ବା ନିବେଦିତ ନୈବେଦ୍ୟକୁ

ମା ବିମଳାଙ୍କ ଗ୍ରହଣ

ଉଚ୍ଛିଷ୍ଟ ଭୈରବୀ ନାମରେ ବିଦିତ 

ଯାହା ଘଟେ ପ୍ରତିଦିନ


ରଥ ଯାତ୍ରା ବେଳେ ସ୍ଵୟଂ ଜଗନ୍ନାଥ

ଭୁଲି ଲକ୍ଷ୍ମୀ ଠାକୁରାଣୀ

ରଥ ଚଢ଼ି ବଡ ଦାଣ୍ଡେ ଯାତ୍ରା ହୁଏ

ସାଥିରେ ଭାଇ ଭଉଣୀ

ମହାପ୍ରଭୁଙ୍କ ବିରହରେ ଶ୍ରୀଲକ୍ଷ୍ମୀ

ପ୍ରାୟତଃ ଅସ୍ଥିର ହୋଇ

ତନ୍ତ୍ର ଦ୍ଵାରା ମୋହନ ଚୂର୍ଣ୍ଣ ପ୍ରୟୋଗ

ବିମଳାଙ୍କ ଠାରୁ ନେଇ

ଲୋକ କଥା କାହାଣୀ ଓ ପୁରାଣରେ

ବିମଳାଙ୍କ ଗୁଣ ଗାନ 

ଅସରନ୍ତି ବିମଳା ମନ୍ଦିର କଥା

ସହଜ ନୁହେଁ ବର୍ଣ୍ଣନ 


ଶ୍ରୀଜଗନ୍ନାଥ ଭୈରବ ଓ ମାଧବ

ଜଗନ୍ନାଥ ସର୍ବ ନାମେ

ସକଳ ଶକ୍ତିର ଆଧାର ଭୈରବ

ପୁଣି ମାଧବଙ୍କ ନାମେ ।।



Rate this content
Log in

Similar oriya poem from Abstract