STORYMIRROR

Bidyadhar Mantry

Abstract Romance

4  

Bidyadhar Mantry

Abstract Romance

କଦମ୍ବ ମୂଳେ ଯମୁନା କୂଳେ

କଦମ୍ବ ମୂଳେ ଯମୁନା କୂଳେ

2 mins
32

       କଦମ୍ବ ମୂଳେ ଯମୁନା କୂଳେ 

ଗୋପପୁର ଚଳ ଚଞ୍ଚଳ ପ୍ରାୟତଃ 
ଦିବା ନିଶି ଅହୋରାତ୍ର 
କାହ୍ନା ନାମ ଥିଲା ସବୁରି ମୁଖରେ
ସର୍ବୋପରି ପ୍ରିୟ ପାତ୍ର 
ସହଜେ ସେ ବାଳ ଗୋପାଳ ଗୋପରେ
ଗୋପାଳ ପୁଅଙ୍କ ମେଳେ
ନିତି ଖେଳୁ ଥିଲେ ଯମୁନା କୂଳରେ
ପୁଣି ସେ କଦମ୍ବ ମୂଳେ
ସାଙ୍ଗ ସାଥି ଖେଳ ରହିଲା ଅଧାରୁ 
ବଂଶୀ ବାଦନ କ୍ରମରେ
ବଂଶୀ ସ୍ଵର ଧାରେ କି ଥିଲା କୁହୁକ
ବଦଳିଲା ଦୃଶ୍ୟ ଧିରେ 

ସେ ମୋହନ ବଂଶୀ ସ୍ୱନ ପ୍ରଭାବରେ
ତରଳି ଥିଲା ପଥର
ହିଂସ୍ର ସ୍ବଭାବ ବି ରହିଲାନି କ୍ରମେ
ବନ୍ୟ ପଶୁ ଅରଣ୍ୟର 
ଯମୁନାର ଜଳ ଉଠିଲା ଉଜାଣି 
ଜଳ-ଜୀବ ହେଲେ ସ୍ଥିର
ମୋହଗ୍ରସ୍ତ ପ୍ରାୟ ଗୋପୀ ଗୋପାଙ୍ଗନା 
ମୋହଗ୍ରସ୍ତ ଗୋପପୁର 
ବିହଙ୍ଗ ପ୍ରାୟତଃ ନିଜସ୍ଵ କାକଳି 
ଭୁଲି ଗଲେ ଅବା ସତେ
ପବନ ଓ ଚନ୍ଦ୍ର ହେଲେ ବି ବିବ୍ରତ 
ବାଟବଣା ଗତି ପଥେ 
ଧ୍ୟାନସ୍ଥ ଯୋଗୀର ହେଲା ଧ୍ୟାନ ଭଗ୍ନ
ବଂଶୀସ୍ଵନ ପ୍ରଭାବରେ
ରାଧା ସହ ଗୋପାଙ୍ଗନା ବି ବିବ୍ରତ
ମଧୁର ମୂର୍ଚ୍ଛନା ଧାରେ
ବନରେ ମୟୁରୀ ନାଚୁ ଥିଲେ ପୁଣି 
ବଂଶୀସ୍ୱନ ତାଳେ ତାଳେ 
ଯମୁନାର ଜଳ ଉଠିଲା ଉଛୁଳି 
ସତେ ଅବା କୁତୁହଳେ 

ଭାସି ଆସୁ ଥିଲା ବଂଶୀର ମୂର୍ଚ୍ଛନା
ସମ୍ମୋହନ ସୁରେ ସୁରେ
ରାଧା ରାଧା ନାମ ଶୁଭୁଥିଲା କର୍ଣ୍ଣେ
ତୁହାକୁ ତୁହା ସତ୍ତ୍ଵରେ
ସାତ ସୁର ତାଳ ଲୟ ସହିତରେ
ରହି ରହି ବାଜେ ବଂଶୀ
ମୋହ ଜାତ ହେଲା ଆପେ ହୃଦୟରେ
କାରଣ ମୋହନ ବଂଶୀ 
ମୋହନ ବଂଶୀର ଅପୂର୍ବ ମୂର୍ଚ୍ଛନା
ବାଜି ଉଠିଲା ତ୍ୱରିତ 
ହୃଦେ ଶିହରଣ ଖେଳି ଉଠି କ୍ରମେ
ତନ ମନ ପୁଲକିତ 
ବନରେ ମୟୁରୀ ଆକାଶରେ ମେଘ
ନାଚିଲେ ବଂଶୀ ସ୍ୱରରେ
ଯମୁନା ଯିବାକୁ ଗୋପ-ଗୋପାଳୁଣୀ
ବିଚାର କଲେ ହୃଦରେ 
ଏକକୁ ଆରେକ ହେଲେ ଡକା-ଡକି
ଗୋପପୁର ବ୍ରଜ ବାଳୀ
ରାଧା ତନ ମନ ହୋଇଲା ଉଚ୍ଛନ୍ନ 
କଲା ସଖୀ ସଙ୍ଗ ମେଳି
କି କୁହୁକ ଥିଲା ସେ ବଂଶୀସ୍ୱନରେ
ଗୋପ ବାଳୀ ହେଲେ ମେଳି
ସବୁ ଭୁଲି ରାଧା ବଂଶୀ ବାଦକଙ୍କୁ
ଦିବା ନିଶି ହେଲେ ଭାଳି
ଚାହିଁ ବସିଥିଲା କେଉଁ ତରୁ ଡାଳେ
ରାଧା ଖୋଜୁ ଥିବା କାହ୍ନା
ଲୁଚି ଲୁଚି ରହି ରାଧା ପଥ ଚାହିଁ
ତୋଳୁ ଥିଲେ ସେ ମୂର୍ଚ୍ଛନା

ମୁରଲୀ ସ୍ଵନରେ ଯେବେ ଗୁଞ୍ଜରିତ
କୁଞ୍ଜବନ ରାସ ଦୋଳି
ଚିତ୍ତ ଚୋରି ହେଲା ଗୋପାଙ୍ଗନାଙ୍କର 
ପ୍ରେମ ଉଠିଲା ଉଛୁଳି
ଶୁକ ପିକ ଡାକ ଲତା ଉହାଡରେ
କୁଞ୍ଜବନ ଚଉପାଶେ 
କଦମ୍ବ ଫୁଲର ମଧୁର ମହକ 
ଭରି ଉଠିଲା ସୁବାସେ 
ଘନ କାଳେ ପୁଣି ବଂଶୀସ୍ବନ ଧାରେ
ଗୁଞ୍ଜରିତ ରାସ ଦୋଳି
ଚିତ୍ତ ଚୋରି ହେଲା ପରାୟ ହୃଦରେ
ପ୍ରେମ ଉଠିଲା ଉଛୁଳି
କୁହୁକ ପରାୟ ଲଜ୍ଜ୍ୟା ଗଲା ହଜି
ଗୋପ ବାଳୀ ହେଲେ ମେଳି
ନିଜକୁ ନିଜେ ହିଁ ଭୁଲି ରାଧା କ୍ରମେ 
ଦିବା ନିଶି ହେଲା ଭାଳି
କୁଞ୍ଜ ବନେ ହୁଏ ମିଳନ ରାହାସ
ରାଧା-କୃଷ୍ଣଙ୍କର ରାସ
ଯୁଗଳ ମୂରତି ଦେଖି ଗୋପାଙ୍ଗନା
ଲାଜେ ଥାଇ ମୁଖେ ହସ
ସହସ୍ର ଗୋପିକା ନୃତ୍ୟ ଗୀତେ ରତ
କେଳି-କୁଞ୍ଜ କୁଞ୍ଜ ବନେ
କୁଞ୍ଜ ବିହାରୀଙ୍କ ଜ୍ୟୋତି ଚମକରେ
ଶୋଭା-ମୟ ମଧୁ-ବନେ 

କିଛି ତ ଲୁଚାଇ ନ ଥିଲା ସେ ରାଧା
ଭାବ ହେଲା ଦିନ ଠାରୁ
କାହିଁକି ରହିଲେ ରାଧା ଠୁ ଦୁରେଇ 
ଭାବ ରହିଲା ଅଧାରୁ
ପ୍ରାୟ ଲୋକ ଲଜ୍ଜ୍ୟା ଭୁଲି ଥିଲା ରାଧା
ରଖି ଭାବ ଖୋଲା ଖୋଲି
କାହିଁକି ସେ ନନ୍ଦ ଚାଟ କହିଲେନି 
ନିଜର ଅନ୍ତର ଖୋଲି!
ଯମୁନା କୂଳରେ ନାଟ କଲା ବାଲା
ନନ୍ଦ ଚାଟ ସହଜରେ
କାହ୍ନା ପରା ସିଏ ଯଶୋଦାର ଧନ 
ସବୁ ନାଟର ମୂଳରେ


Rate this content
Log in

Similar oriya poem from Abstract