STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଧର୍ମ ନାମେ ଅଧର୍ମ

ଧର୍ମ ନାମେ ଅଧର୍ମ

2 mins
290


ପହଲଗାମ ସେ ପର୍ଯ୍ୟଟନ ସ୍ଥଳୀ 
ଚର୍ଚ୍ଚାର କେନ୍ଦ୍ର ବିନ୍ଦୁରେ
ନର ସଂହାର ର ସେ' କରୁଣ ଚିତ୍ର 
ଚହଳ ସାରା ବିଶ୍ୱରେ
କାହା ପ୍ରିୟା କାନ୍ଦେ,କାନ୍ଦେ କାହା ପତ୍ନୀ
କାନ୍ଦୁଛି କାହାର ମାଆ 
ଅଛପା ନୁହେଁ ସେ କାନ୍ଦିବା କାରଣ 
ନର ସଂହାର ଛାନିଆ 

ଯେଉଁଠି ନିଜର ମାଆ ହିଁ କାନ୍ଦୁଛି 
ପିଲାଙ୍କ ଖୁସି କେଉଁଠି!
କନ୍ୟା,ପତ୍ନୀ ଅବା ପ୍ରିୟା ଓ ପ୍ରେମିକା 
ଖୁସି ଖୋଜନ୍ତି ଏକାଠି
କେତେ ସୁରକ୍ଷିତ ଦେଶ ପରିବେଶ
ପୁଣି ପର୍ଯ୍ୟଟନ ସ୍ଥଳୀ 
ମାତା କନ୍ୟା ପତ୍ନୀ ପ୍ରେମିକା ମୁଖରେ
ଜୀବନ ରକ୍ଷା ର ଅଳି!!

ସୁରକ୍ଷା ବଳୟ ଭେଦ ହେଉଅଛି
ଆତଙ୍କବାଦୀ ନାମରେ
ପ୍ରିୟା ବା ପ୍ରେମିକା ପ୍ରଜାପତି ସମ
ଉଡ଼ିବା ନାହିଁ ଭାଗ୍ୟରେ
ଜଳ ସ୍ଥଳ ପୁଣି ଆକାଶ ବାହିନୀ
ସଦା ଏ ଦେଶ ହିତରେ
ତଥାପି ସୁରକ୍ଷା ଏକ ପ୍ରଶ୍ନବାଚୀ 
ପ୍ରିୟ ଜନତା ମନରେ
ପ୍ରିୟା ଆଜି ସାଥି ହରାଇ କାନ୍ଦୁଛି
କାନ୍ଦୁଛି ଭାରତ ମାତା 
ଗୁମୁରି ଗୁମୁରି କାନ୍ଦେ ସାରା ଦେଶ
ଲୁହ ଝରାଉଛି ନେତା 

କଥା କହିବାର ଚାତୁରି କେବଳ
ସୁରକ୍ଷା ବି ଅନିଶ୍ଚିତ
ମିଠା କଥା ମାତ୍ର ଭାସୁଛି ପବନେ
ଆପଣ ମାନେ ଖୁସୀ ତ !!
ସତେ ଅବା ଖୁସି ଗଛରେ ଫଳୁଛି!
ନିଜେ ତୋଳି ଖାଇ ହେବ
ସବୁ ଦିନ କଣ ସମାନ ବିତିବ !
ଦୁର୍ଘଟଣା ବି ସମ୍ଭବ !
ବୋଧେ ଭଲ ଦିନ ଅବା ଆଚ୍ଛା ଦିନ
ଆପେ ଆସିବା ସୂଚନା
ସେଇ ଆଶାରେ ହିଁ ରହିଛି ଜୀବନ 
ଉଡେ ଆଚ୍ଛା ଦିନ ବାନା 

ଭାରତ ମାତା ଯେ କାନ୍ଦୁଛି ଗୁମୁରି
ସାକ୍ଷୀ ସେ ପହଲଗାମ 
ସୁରକ୍ଷା ବଳୟ ପ୍ରାୟ ବିପର୍ଯ୍ୟସ୍ତ
ସତେ ବା ଯୁଦ୍ଧ ବିରାମ 
ପରାଧିନତାରୁ ମୁକ୍ତି ପ୍ରାପ୍ତି ପରେ
ସ୍ବାଧିନତା ମନ ନେଇ
ଭାରତ ମାତାର ସ୍ଵପ୍ନ ଥିଲା ପୁଣି
ରାମ ରାଜ୍ୟ ହେବା ପାଇଁ 
ଦେଶର ଶାସନ ଗାଦିରେ ଶାସକ
ଆଢ଼ୁଆଳେ ଗଣତନ୍ତ୍ର 
କ୍ଷମତା ବଳରେ ଆପେ ବଳୀୟାନ
ମୁଖେ ଦେଶ ଭକ୍ତ ମନ୍ତ୍ର 
ନିଜ ସ୍ବାର୍ଥ ଚିନ୍ତା ସହ ରାଜା ସମ
ଜୀବନଯାପନ ଶୈଳୀ 
ଫମ୍ପା ଭାଷଣ ଓ ପ୍ରତିଶୁତି ଧାରେ
ଜନତା ପ୍ରାୟ ବାଉଳି 
କ୍ରମଶଃ ଦେଶର ପ୍ରଗତି ନାମରେ
ଯୋଜନା ବି ମାଳମାଳ 
ଗରିବ ଶବ୍ଦର ବ୍ୟବହୃତ ଧାରେ
ଗରିବ ହିଁ ମାଳ ମାଳ 
ଗରିବର ନାମ ଯୋଡ଼ି ହିଁ ବିକାଶ 
ଯୋଜନା ହୁଏ ପ୍ରସ୍ତୁତ
ବାଟମାରଣା ବି ହେଉଛି ଯୋଜନା
ଖୁସି ପ୍ରାୟତଃ ଜାଗ୍ରତ
ଯା'ର ଲାଭ , ତା'ର ଖୁସି,ହସ ଖୁସି
ଖୁସି ପ୍ରିୟ ଏ ଜନତା
ସର୍ବ ସାଧାରଣ ଚାହିଁ ରହିଛନ୍ତି
ଭାରତ ଭାଗ୍ୟ ବିଧାତା 

ପ୍ରତି ଟି କ୍ଷେତ୍ରରେ ବିକାଶର ଧ୍ୱନୀ
ସଭ୍ୟତା ଶୀର୍ଷ ଦେଶରେ
ମାନବିକତା ର ମୂଲ୍ୟ ହ୍ରାସ କିମ୍ପା
ନର ସଂହାର ଧାରାରେ
ସପକ୍ଷ ବିପକ୍ଷ ଏକାଠି ହେବାର
ପ୍ରକୃଷ୍ଠ ସମୟ ଏହି
ନିର୍ଦ୍ଦୋଷ ଜନତା ମୃତ୍ୟୁର ଶିକାର
ସୁରକ୍ଷା ବଳୟ କାହିଁ !!
ପର୍ଯ୍ୟଟନ ସ୍ଥଳୀ ଆତଙ୍କବାଦୀଙ୍କ
ସାଜି ଅଛି ଚରା-ଭୂଇଁ 
ନୀରିହ ଜନତା କେମିତି ଜାଣିବେ
ଉପାୟ ଅଛି କି ତହିଁ??
ନବ ବିବାହିତା ହରାଇଛି ସ୍ବାମୀ
ପୁତ୍ର ବି ବାପ ଛେଉଣ୍ଡ
ସୁରକ୍ଷା ବଳୟ ଅଛି କେଉଁ ଠାରେ
କାହିଁକି ଏପରି ଦଣ୍ଡ??
ଘର ଅଗଣା ବା ଖୋଲା ପଡ଼ିଆରେ
ଭୟ ଯଦି ଲାଗି ରହେ
ସ୍ବାଧିନ ଦେଶର ନାଗରିକ କଣ 
ବଞ୍ଚିବ କି ଡର ଭୟେ !!
ଧର୍ମ ନାମେ କିମ୍ପା ଏ ନର ସଂହାର
ଅହିଂସା ପରମ ଧର୍ମ
ଆତତାୟୀ ଯଦି ଜ୍ଞାତ ଅଛି ଧର୍ମ
କାହିଁକି କରେ ଅଧର୍ମ !!?














Rate this content
Log in

Similar oriya poem from Abstract