STORYMIRROR

Bidyadhar Mantry

Classics Inspirational

4  

Bidyadhar Mantry

Classics Inspirational

ଶ୍ରୀଚରଣେ ଏହି ଅଳି

ଶ୍ରୀଚରଣେ ଏହି ଅଳି

1 min
11


ଶ୍ରୀଚରଣେ ଅଳି କିପରି କରିବି
କେମିତି କହିବି ଦୁଃଖ
ଦୁଃଖ କହିବାର ଜାଣିନି ତରିକା
ଯଦିଓ ଦୁଃଖ ଅନେକ
ଶ୍ଳୋକ ଅବା ମନ୍ତ୍ର କିଛି ଜାଣି ନାହିଁ
ଜାଣିନି ସଂସ୍କୃତ ଶବ୍ଦ 
ଦୁଃଖ କଥା କ୍ରମେ ଯାଉଛି ପାଶୋରି
ଶୁଣି ଜୟ ଜୟ ନାଦ 
କେଉଁ ନାମ ଧରି ଭଜନ କରିଲେ
ଗ୍ରହଣ ହୁଅଇ ଦୁଃଖ
କେଉଁ ରୂପ ,ବେଶ ଦେଖି ଦେଲେ ଥରେ
ଜୀବନ ହୁଏ ସାର୍ଥକ!
କେଉଁ ରଙ୍ଗ ଆଉ ବୋଳିହେବ ପ୍ରଭୁ
ଶ୍ରୀମୁଖ ତ' କଳା ରଙ୍ଗ
କେଉଁ ଆଭୂଷଣେ ସଜେଇ ହୋଇବ
ସୁନ୍ଦର ପୁଣି ଶ୍ରୀଅଙ୍ଗ 
କେଉଁ ଉପଚାର ଅବା ନୈବେଦ୍ୟ ରେ
ପ୍ରଭୁଙ୍କ ସନ୍ତୋଷ ପଣ
ଏ ସୃଷ୍ଟି ତୁମର,ତୁମରି ଭିଆଣ 
ପୁଣି ସବୁ ଉପାଦାନ
କେଉଁ ଭାଷା ଅତି ସହଜରେ ବୁଝ 
କି' ଗୀତରେ ତୁମ୍ଭ ତୋଷ
କେଉଁ ରସ ପ୍ରଭୁ,ପାନ କର ନିତି 
କେଉଁଠି ଅଛି ସେ ରସ!!

ସୁଖ ଶାନ୍ତି ପୁଣି ସୁସ୍ଥ ପରିବେଶ 
ସବୁ କିଛି ବିପର୍ଯ୍ୟସ୍ତ
ଦଙ୍ଗା ହଙ୍ଗା ପ୍ରାୟ ପ୍ରତି ମୁହୂର୍ତ୍ତରେ 
ମନ ପ୍ରାଣ ବି ବ୍ୟଥିତ
ଧର୍ମ ନାମେ କେତେ ଅରାଜକତା ଯେ 
ହିସାବ ନାହିଁ ତାହାର
ତୁମ୍ଭ ଶ୍ରୀଚରଣେ ଏହି ଅଳି ପ୍ରଭୁ
ରକ୍ଷାକର ରକ୍ଷାକର


Rate this content
Log in

Similar oriya poem from Classics