STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପ୍ରଭାତ ବର୍ଣ୍ଣନା

ପ୍ରଭାତ ବର୍ଣ୍ଣନା

1 min
246


ଜ୍ୟେଷ୍ଠର ମାସରେ ଖରା ଭୟଙ୍କର

     ଅତି ହିଁ ଯନ୍ତ୍ରଣା ନିତ୍ୟେ କଷ୍ଟକର, 

ଶାନ୍ତି ହିଁ ନାହିଁର ଦିନ ଓ ରାତ୍ରର

     ଝାଳବୋହି ଯାଏ ବିଶ୍ରାମ କାହିଁର।


କିନ୍ତୁ, ପ୍ରଭାତର ଶୀତଳ ପବନ

     କରେ ଉତ୍ସାହିତ ଜୀବଜନ୍ତୁ ଜନ,

ସୁଗନ୍ଧ ମଳୟ ବୁହେ ଘନଘନ

     ଜ୍ୟେଷ୍ଠର ପ୍ରଭାତେ ପ୍ରଫୁଲ୍ଲିତ ମନ।


ପୁଷ୍ପର ଉଦ୍ୟାନ ମନ ମୋହୁ ଥାଏ  

     ସୁଗନ୍ଧିତ ବାସ୍ନା ଖୁସି ଦେଉଥାଏ,

ଭ୍ରମର ଗୁଞ୍ଜନ ତହିଁ ଶୁଭୁ ଥାଏ

     କବିତା ରଚନା କବି କରୁଥାଏ।


ନିତ୍ୟକର୍ମ ସାରି ପ୍ରଭୁଙ୍କ ପୂଜନ

     ପ୍ରଭାତ କରିଛି ମନମୁଗ୍ଧ ଜନ,

ଶୁଭେ କୋଇଲିର ସୁମଧୁର ସ୍ବନ୍ନ

     ପକ୍ଷୀଙ୍କର ରାବ ମୋହୁଥାଏ ମନ।


ଜୀବନରେ ଶାନ୍ତି ମାତ୍ର ପ୍ରଭାତରେ 

      ନାହିଁ ଶାନ୍ତି ଦିନେ ନାହିଁରେ ରାତ୍ରରେ,

ଝାଳେ ସରୋବର ବଦନ ସାରାରେ

      ସୂର୍ଯ୍ୟର ତାଣ୍ଡବ ଜ୍ୟେଷ୍ଠେ ଭୟଙ୍କରେ।


ପ୍ରଭାତରେ ସୁଖ ଜ୍ୟେଷ୍ଠ ମାସେ ପରା

      କାହୁଁ ଶାନ୍ତି ଦିଏ ଜ୍ୟେଷ୍ଠେ ଏହୁ ଖରା,

କରିବ ଉତ୍ପାତ ସାରା ଦିନ ପରା

      ପ୍ରଭୁଙ୍କ ଭିଆଣ ଅଟେ ଏହୁ ପରା।


ସୂର୍ଯ୍ୟଙ୍କ କିରଣ ଧିରେ ଆଗମନ

     କରିବ ତାଣ୍ଡବ ପ୍ରଖର ହୋଇଣ,

ଯନ୍ତ୍ରଣା ଦେବରେ ଜୀବ ଜନ୍ତୁଗଣ

     ଏହୁ ମାସେ ପୁଣି ଝାଳର ଉତ୍ପନ୍ନ।


ଶୁଭେ ଶଙ୍ଖଧ୍ବନୀ ମନ୍ଦିର ମନ୍ଦିରେ

     ନମଃଶିବାୟର ଧ୍ବନି ଟି ଭକ୍ତିରେ,

କୃଷ୍ଣରାଧା ଗୁଞ୍ଜେ ପ୍ରଭାତ କାଳରେ

     ବର୍ଣ୍ଣିବାର ଶକ୍ତି କାହାର ହେବରେ।


ଜଗନ୍ନାଥ ନାମ ଗୃହେ ଗୁଞ୍ଜୁ ଥାଏ

     କାଳିଆ ଠାକୁରେ ଭକ୍ତି ଗୁଞ୍ଜୁ ଥାଏ,

ବୀର ହନୁମନ୍ତ ନାମର ଗୁଞ୍ଜନ

     ଶ୍ରଦ୍ଧାଭକ୍ତି ହୃଦେ ପ୍ରେମ ଭରୁଥାଏ।


କୃଷ୍ଣ ରାମ ନାମ ପ୍ରଭାତ କାଳରେ

     ଜପୁ ଥାଏ ଭକ୍ତ ଅତିହିଁ ଆଦରେ,

ମନବାଞ୍ଛା ତାର ପୂରଣ ହୁଏରେ

     କୃଷ୍ଣ ରାମ ଜପ କଲେ ପ୍ରଭାତରେ।

    


     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract