STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ଧନ ଓ ଧର୍ମ

ଧନ ଓ ଧର୍ମ

1 min
225


  ବଞ୍ଚିବା ପାଇଁ ଲୋଡା ସିନା ଧନ

  ଧନ ରୋଜଗାର ପାଇଁ ଲୋଡା ହୁଏ କର୍ମ

    ଜୀବନ ଜୀବିକା ର ଦୁଇଟି ପାର୍ଶ୍ଵ

     ଅଟେରେ ଭାଇ ଧନ ଓ ଧର୍ମ ।


     ଘର ସଂସାର ସମାଜ ସଂସ୍କାର

     ସବୁ ପାଇଁ ଲୋଡା ଧନ ଓ ଧର୍ମ

     ମିଛ ମାୟା ଏହି ସଂସାରେ

     ସବୁଠି ବଡ ସିନା ଧନ

     ମନ ଓ ହୃଦୟ ମଣିଷ ପଣିଆ

      ପାଇଁ ଲୋଡା ଏକା ଧର୍ମ ଟି ମହାନ

     ପରକୁ ଆପଣା କରିବା ପାଇଁ

     ଧନ ଓ ଧର୍ମ‌‌‌ ଉଭୟଙ୍କ ଲୋଡା ହୁଅଇ ।


     ବିନାଶ କାଳେ ବିପରୀତ ବୁଦ୍ଧି ସଦୃଶ

     ଏ ଖଳ ମାନବ ହୋଇ ଦାନବ

     ବଡ ମଣଇ ଧନ ହିଁ ସର୍ବସ୍ବ

     ଏ ଧରାକୁ ମଣୁଛି ଷରା

     ଧନ ଜୀବନ ଯୌବନ

     ଏସବୁ କ୍ଷଣସ୍ଥାୟୀ ପରା

    ମହାନ୍ ଅଟଇ ମଣିଷ ର କର୍ମ

    ସତ୍ୟ, ନ୍ୟାୟ ଅଟେ ଏ ମାନବ ଧର୍ମ ।


    ଧନ ଅର୍ଜନେ କରି ଚାଲ ଧର୍ମ

    ସେ ପରା ଅଟଇ ମଣିଷର ଧର୍ମ

    ପରୋପକାର ପର ସେବା କରି

    ହେ ମଣିଷ ଜାତି କରି ଚାଲ ଧର୍ମ

    ଧନ ଠାରୁ ବଡ ଅଟେ ପରା ଧର୍ମ

    ପ୍ରିୟା ପ୍ରୀତି କରି ଯେତେ

    ଠୁଳ କର ଧନ

    ଧନଟି ନୁହେଁ ଜଗତେ ମହାନ

    ଧର୍ମଟି ଅଟଇ ମହା ବଳୀୟାନ ।


     ମୁଁ ମୁଁ ହୋଇ ମଣିଷ ମରୁଛି

    କେତେ ପାପ ପୁଣ୍ୟ ସେ କେତେ କରୁଛି

     ଧନ ଠାରୁ ଵଡ ଧରମ ଜାଣୁଛି

     ପ୍ରତି କ୍ଷେତ୍ରେ ପ୍ରତି କ୍ଷଣେ

     ଧନ ଠାରୁ ବଡ ଧର୍ମ ଟି ଭାବୁଛି

     ସମାଜ ପାଇଁ ଦେଶ ଜାତି ପାଇଁ

     ଧନ ଠାରୁ ବଡ ଧର୍ମ ବୋଲି 

     ଯୁଗେ ଯୁଗେ ଏ ଧର୍ମ

     ଧନ ଠାରୁ ବଡ ଅଟେ ଧର୍ମ ।


    ସୁଶାସନ କୁ ଶାସନ କୁ ନେଇ

    ଆମ କର୍ମ ଓ ଧର୍ମ

    ଧନ ପାଇଁ ଆଜି ନେତାଏ ଭୁଲନ୍ତି

    ତାଙ୍କ କର୍ମ ଓ ଧର୍ମ

    ଧନ ଆଜି ଅଛି କାଲିକୁ ନ ଥିବ

    ପ୍ରିୟା ପ୍ରୀତି ତୋଷଣ କରି

    ଧନ ପାଇଁ ନୀତି ଆଦର୍ଶ ଭୁଲୁଛି

    ଆଜିର ସଭ୍ୟ ଶିକ୍ଷିତ ମାନବ

    ମାନବ ଆଜି ସାଜି ଦାନବ

    କରେ କେତେ କେତେ ଅକର୍ମ

    ଧନ ନୁହେଁ ବଡ ବଡ ଅଟେ ଧର୍ମ

    ବୁଝ ବୁଝ ଆରେ ହେ ମାନବ ଜାତି

    ପାଳନ କର ତୁମେ ତୁମ ମାନବ ଧର୍ମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract