STORYMIRROR

Suresh chandra Padhy

Abstract

4  

Suresh chandra Padhy

Abstract

ତୁମ ସ୍ନାନ ଯାତ୍ରା

ତୁମ ସ୍ନାନ ଯାତ୍ରା

1 min
309

ଭଜନ,ତୁମ ସ୍ନାନ ଯାତ୍ରା

ସୁରେଶ ଚନ୍ଦ୍ର ପାଢୀ

ତୁମ ସ୍ନାନ ଯାତରା ଦେଖିବି କି କାଳିଆ,

ସତେକି ସେ ଭାଗ୍ୟ ହେବ

ମଣିଷ ଜନମରୁ ମୁକତି ଲଭିବି, 

ଯେବେ ତୁମ ଦର୍ଶନ ହେବ


ଶହେ ଆଠ ପୁର୍ଣ କୁମ୍ଭେ ସ୍ନାନ କରିବ

ଚନ୍ଦନ ର ସୁବାସ ବାସି ଯାଉ ଥିବ

ଭକତ ତୁମକୁ ନୟନେ ଦେଖିବେ

ତୁମକୁ ଦେଖି ଧନ୍ୟ ହୋଇ ଯିବେ

 

ସବୁ ପତକରୁ ମୁକତି ପାଇବି,

ଜୀବ ପରମର ଭେଟ ଯେବେ ହେବ


ତୁମେ ବସି ଥିବ ସ୍ନାନ ମଣ୍ଡପ ରେ

ଦରସନ ଦେବ ହାତୀ ବେଶ ରେ

ତୁମ ସେ ବେଶ ଦିଶିବ ସୁନ୍ଦର

ଜନମ ଦିନ ଏ ପୁର୍ଣିମା ତୁମର


ହାତୀ ବେଶ କୁ ଦେଖିବାକୁ ଯିବି,

ଯେବେ ତୁମ କରୁଣା ହୋଇବ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract