Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shatabdee Bal

Abstract

4  

Shatabdee Bal

Abstract

ଘେନ ଗୁହାରୀ

ଘେନ ଗୁହାରୀ

1 min
264



ଘେନ ମୋ ଗୁହାରୀ ଆହେ ନୀଳକଣ୍ଠ

ଆଦି ଅନ୍ତ ତମେ ଜଗତର ନାଥ ।


ଘେନ ମୋ ଗୁହାରୀ ଆହେ ନୀଳଶୈଳ

ଜଗତ ର ନାଥ ନୀଳାଦ୍ରି ଠାକୁର ।


ଘେନ ମୋ ଗୁହାରୀ ଜଗତ ର ପତି

ଅଖିଳ ସ୍ଵାମୀନୀ ଲକ୍ଷ୍ମୀଙ୍କର ପତି ।


ଜଗତେ କଲ୍ୟାଣ କର ଆହେ ନାଥ

ତମେ ଆଦିକନ୍ଦ ସାରସ୍ଵତ ବେଦ ।


ଅଭଡ଼ା ତୁମର ଅମୃତ ର ଧାରା

ସୁଖା ନିର୍ମାଲ୍ୟ ରେ ପାଉଥାଏ ପୂଜା ।


କାଞ୍ଜିୟେ ନିର୍ମାଲ୍ୟ ପାଇକରି ତୁଣ୍ଡେ

ମର୍ତ୍ତ୍ୟ ରୁ ଆନନ୍ଦେ ପାରିହେବେ ସର୍ବେ ।


ଟଙ୍କ ତୋରାଣି ତ ଜୀବନ ର ଧାରା

ବହି ଚାଲିଥାଏ ରକ୍ତ ଶ୍ରୋତେ ଧାରା ।


ଅମୂଲ୍ୟ ସମ୍ପଦ ମହୀ ଧାରେ ସେତ

ତାକୁ ପାଇବାକୁ ସର୍ବେ ମାଡ଼ ଝାଟ ।


ଘେନ ମୋ ଗୁହାରୀ ଜଗତ ର ନାଥ

ତମେ ଆଦିକନ୍ଦ ବିଶ୍ଵ ର ଜନକ ।


ଅଶାନ୍ତ ସମୁଦ୍ର ତୁମରି ଆୟତେ

ବାଇଶି ପାହାଚେ ନତ ଆଜି ଟେକେ ।


ବିଶାଳ ତୁମର ହୃଦୟ ହେ ନାଥ

ସେହି ହୃଦୟ ରେ ବିଶ୍ଵ କୁ ଆଦରି ରଖ ।


ଘେନ ମୋ ଗୁହାରୀ ଜଗତ ଈଶ୍ୱର

ତୁମ ପାଦ ତଳେ କୋଟି ନମସ୍କାର ।


କରୁଛି ବିନତି ଆହେ ନୀଳଚକ୍ର

ତାରଣ୍ ହାରିବ ସବୁ ଲୋକଙ୍କର ।


ଘେନ ମୋ ଗୁହାରୀ ଜଗତ ଈଶ୍ୱର

ବ୍ରହ୍ମାଣ୍ଡ ନାୟକ ଆଖିଲେଶ୍ୱର ।


ଜଗତ ଜନନୀ ଜଗତ ଈଶ୍ୱର

ଆହେ ନୀଳଚକ୍ର ପତିତ ଈଶ୍ୱର ।


ପତିତ ବାନା ତ ଉଡୁଛି ଆକାଶେ 

ଫର୍ ଫର୍ ହୋଇ ପବନର ସଙ୍ଗେ ।


ଗାଇ ଚାଲିଥାଏ ଗୁଣୁ ଗୁନୁ ସ୍ୱରେ

ରାଗିଣୀ ମୂର୍ଚ୍ଛନା ଧ୍ଵନି ରାଗ ସଙ୍ଗେ ।


ପତିତ ବାନା ର ସେହି ଧ୍ଵନି ଆଜି 

ଶୋଭା ପାଇଥାଏ ଦେଶ ବିଦେଶରେ ।


ଘେନ ମୋ ଗୁହାରୀ ପତିତ ପାବନ

ମୁକ୍ତ ଆକାଶର ଦିଅ ଦରଶନ ।


ଭକ୍ତ ମାନେ ଆଜି ବ୍ୟାକୁଳ ନୟନେ

ଚାହିଁ ରହିଛନ୍ତି ତମ ଦର୍ଶନାର୍ଥେ ।


ଘେନ ମୋ ଗୁହାରୀ ବିଶ୍ଵ ଗୁରୁ ମୋର

ଅବିଳମ୍ବେ ଆସି ହାତ କୁ ମୋ ଧର ।


ଦିଅ ଯେ ସଦବୁଦ୍ଧି ଜ୍ଞାନ ମତେ ଆଜି

ଅଭୁଲା ବାଟ କୁ ପାଉନାହିଁ ଖୋଜି ।


ତୁମରି ଆଶିଷେ ଲଂଘିବି ଏ ପଥ

ଦିଅ ହେ ଆଶିଷ ଜଗତର ନାଥ ।


Rate this content
Log in

Similar oriya poem from Abstract