Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shatabdee Bal

Abstract

4  

Shatabdee Bal

Abstract

ବର୍ଷା ରାଣୀ

ବର୍ଷା ରାଣୀ

1 min
293


ଆଗୋ ପ୍ରିୟତମା ଅଳସୀ ବନ୍ଦନା

  ମେଘ ଧାରା ପରା ତମେ

ପହିଲି ବର୍ଷା ର ପହିଲି ଛିଟାରେ

  ଭିଜେଇ ଦିଅ ଯେ ମତେ ।


ତୁମରି ସ୍ପର୍ଶ କୁ ଅନାଇ ରହିଛି

  ଗଛ ଲତା ଜୀବଜନ୍ତୁ

ଅଭିମାନ ଛାଡି କର ଆବିର୍ଭାବ

   ଉଦ୍ଧାରିବେ ସବୁଜନ୍ତୁ ।


ଗଛଲତା ସବୁ ଶୁଷ୍କ ଯେ ଦିଶଇ

   ରବି ଜ୍ଵଳା ଭୟଙ୍କର

ତୁମରି କରୁଣା ବାରି ଧରା ଧାମେ

  ମନେ ଭରିଥାଏ ତୃଷ୍ଣା ।


ମେଘର ପ୍ରେୟସୀ ବରଷା ରାଣୀ ଯେ

   ବାରି ଧାରା ଦିଅ ଢ଼ାଳି

ଚାହିଁ ରହିଅଛି ସମଗ୍ର ଜଗତ

  ଆକୁଳ ଚିତ୍ତ ରେ ଆଜି ।


ବୁନ୍ଦା ବୁନ୍ଦା କରି ଛିଞ୍ଚି ଦିଅ ଜଳ

  ଖୁସିରେ ନାଚୁ ଦୁନିଆ

ନରନାରୀ ଠାରୁ ଜୀବଜନ୍ତୁ ଯାଏ

   ଖୁସିରେ ଭରୁ ଦୁନିଆ ।


ଅମାନିଆ ମୋର ଅବୁଝା ମନକୁ

  ଦିଅ ଟିକିଏ ବୁଝାଇ

ମାନୁନାହିଁ ବୋଲ ତୁମ ଆଗମନେ

  ପାଇବାକୁ ଟିକିଏ ଛୁଆଁ ।


ପୃଥିବୀ ମାଆ ର ବକ୍ଷ ର ଯନ୍ତ୍ରଣା

  ଧୀରେ ଧୀରେ ଯାଉ ଭରି

ହସିବ ଦୁନିଆ ହସିବ ପୃଥିବୀ

  ସବୁଜ ବନାନୀ ଘେରି ।


ଧିରି ଧିରି କରି ଚୁପି ଚୁପି କରି

  ବରଷା ଆସଇ ମାଡ଼ି

ମନରେ ଦେହରେ ଉନ୍ମାଦ ଭରଇ

   ଖୁସି ରେ ଛାଡନ୍ତି ରଡ଼ି ।


Rate this content
Log in

Similar oriya poem from Abstract