STORYMIRROR

Shatabdee Bal

Abstract

4  

Shatabdee Bal

Abstract

କୃଷକ

କୃଷକ

1 min
283


କୃଷି ଓ କୃଷକ ଦେଶ ମେରୁଦଣ୍ଡ

    ଅର୍ଥନୀତି ର ସେ ମୂଳ ମାନଦଣ୍ଡ

ସମୟ କୋଳରେ ଖେଳେ ଚାଷଜମି

        କୃଷକ ଧରେ କୃଷିର ଦଣ୍ଡ....।


ବରଷକ ଅଟେ ଛଅ ଋତୁ

   ତିନି ଗୋଟି ଋତୁ ମୁଖ୍ୟ ଋତୁ

ଚାଷ ଜମି ପାଇଁ ଲୋଡା ପାଣି

   ବର୍ଷାରାଣୀ ସାଜେ ମୁଖ୍ୟ ଗୁରୁ....।


କୃଷକ ଚାହିଁଛି କାତରେ ହେ ମେଘ

      ଜଳରାଶି ଟିକିଏ ଦିଅ ଢାଳି

ହସି ଉଠିବ ଏ ପୂଣ୍ୟ ଚାଷଜମି

     ସବୁଜ ବନାନୀ ଯିବ ଖେଳି...।


ଖାଦ୍ୟ ପାଇଁ କେତେ ଆଉଟୁ ପାଉଟୁ

          ହେଉଛନ୍ତି ଏ ଜନଜାତି

କୃଷି ଓ କୃଷକ କୁ ଦିଅ ଯେ ସମ୍ମାନ

      ଯା ପାଇଁ ରହିଛି ସଂସାର ଆଜି....।


ଜନସଂଖ୍ୟା ଆଜି ସମୁଦ୍ର ହେଲାଣି

       ନାହିଁ ଯାହାର ଆଦିଅନ୍ତ ଏଠି

କଞ୍ଚିୟେ ଖାଦ୍ୟ କୁ ପାଇବା ପାଇଁ

      ହନ୍ତସନ୍ତ ଏଠି ଜନପ୍ରାଣୀ....।


କୃଷକ ର ଦୁଃଖ ବୁଝ ହେ ମାନବ

        କରୁଣ ତାହାର ବ୍ୟଥା ମାନ

ହସୁଛି ତଥାପି କୋହରେ ଲୁହରେ

     ଯୋଗାଇ ଦେଉଛି ଖାଦ୍ୟମାନ....।


ଅନ୍ତର ଆତ୍ମା ରୁ ପ୍ରଣାମ କରୁଛି

      ଘେନ ମୋ ପ୍ରଣାମ ଭାଇ ମାନେ

ତୁମରି ଦୟାରୁ ତୁମରି କୃପାରୁ

     ଦୁନିଆ ର ଆଜି ଖ୍ୟାତି ବଢେ....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract