STORYMIRROR

Shatabdee Bal

Tragedy

4  

Shatabdee Bal

Tragedy

ଅଭିଶପ୍ତ ବାହାନଗା

ଅଭିଶପ୍ତ ବାହାନଗା

1 min
331


ଆଶାର ସ୍ବପ୍ନ କ୍ଷଣିକ ଭିତରେ 

ଏମିତି ଭାଙ୍ଗିଲା କାଳ 

ଉଜାଡି ଦେଲା ସକଳ ସଂସାର 

ଲୁହରେ ଭିଜିଲା ଯାତ୍ରୀ ଙ୍କ ଘର...


କେମିତି କେଜାଣି ନ ପାରିଲେ ଜାଣି

ଲୋକ ପାଇଲଟ ଆଜି ବାହାନଗା ଜାଗା

ମରଣ ବିହିଲା ବୁକୁରେ ଧରିଲା ଚାପି....


ନିମିଶକେ ଆସି ମରଣ ବିହିଲା 

ରକ୍ତର ହୋଲି ଖେଳ 

ଲୋକ ଙ୍କୁ ଜାବୁଡ଼ି ଧରିଲା ସେ ପୁଣି 

ସପନ କୁ କଲା ଶେଷ...


ଛିଟିକି ପଢ଼ିଛି କାମୁଣ୍ଡ ଗଡୁଛି

ରକ୍ତ ଜୁଡୁବୁଡୁ ଶବ ହାତ ଗୋଡ ଛିନ୍ନ

ମୁଣ୍ଡ ଫଟା ସ୍ୱର ଥରାଇ ଦେଉଛି ପ୍ରାଣ...


ଜୀବନ ଜୀବିକା କରିଛି ପ୍ରତୀକ୍ଷା

ଜୀବନ ନେଇଛି ରେଳ ଖୋଜେ ପରିବାର

ସମ୍ପର୍କ ସମ୍ଭାର ଯମ କରେ ତାର ଖେଳ....


କୁଢ଼ କୁଢ଼ ଶବ ଦେଖିକରି ଆଜି 

ହୃଦୟ ଯାଉଛି ଫାଟି 

କ୍ରନ୍ଦନ ରେ ଭରା ବିକଳ ସ୍ଵରରେ 

ଚତୁର୍ଦ୍ଦିଗ ଯାଏ ଫାଟି...


ଆହତ ର ସ୍ୱର କରୁଣ ଚିତ୍କାର

ରକ୍ଷା କର ରକ୍ଷା କର

ଜୀବନ ଯାତ୍ରା ରେ ଅଧୁରା ହୋଇଲା

ଶବ ଗଲା ଯୁଇ ଘର....


ସିମନ୍ତ ସିନ୍ଦୂର ଲିଭିଗଲା ଆଜି

ବିଧି ର ବିଚିତ୍ର ଖେଳ

ବାପ ଖୋଜେ ଏଠି ପୁଅର ଶବ କୁ

ମନକୁ କରି ପଥର....


ଛାତି ଥରିଗଲା ନିର୍ବାକ ଯେ ହେଲା

ବାକଶକ୍ତି ହରାଇଲା

ଆଖିରେ ଲୋତକ ଝରାଇ କେ ମୂକ

ବାଚାଳ ପାଗଳ ହେଲା...


ରହି ହେଉନାହିଁ ସହି ହେଉନାହିଁ

ଏମିତି କଷଣ ଦେଖି

ବୁକୁଚିରା ଏଇ ଲୁହା ଦାନବ ର

ଅସ୍ତିତ୍ଵ କୁ ଆଜି ଛି....


କୋଳ ରେ ନନ୍ଦନ ନନ୍ଦିନୀ ବଦନ

ସବୁ ଲାଗେ ଆଜି ଫିକ

ଘର ର ମୁରବି ଭେଣ୍ଡିଆ ପୁଅ କୁ

ଯୁଇ ରେ ଟେକୁଛି ବାପା...


ଜୀବନ ଯେ ଗଲା ଆହତ କେ ହେଲା

ବହିଲା ରକ୍ତର ନଦୀ

ଦେଖି ଦେଖି ଆଖି ଲୋତକରେ ପୂର୍ଣ୍ଣ

କାନ୍ଦ ବୋବାଳି ରେ ଘର ଯାଏ ଫାଟି..


ଆପଣା,ସ୍ୱଜନ ,ବନ୍ଧୁ,ପରିଜନ

କୁଟୁମ୍ବ ଟି ନାରଖାର

ବାହାନଗା ଆଜି ରକ୍ତ ରେ ହୋଲି

ଆରମ୍ଭ କରିଛି ଖେଳ...


ମରଣ ଯନ୍ତାରେ ଫସିଗଲେ ଲୋକେ

ଜୀବନ ହୋଇଲା ଶେଷ

ବିଷଜ୍ଵାଳା ଆଜି ହୃଦୟ କୁ ଭେଦି

ରୋଧୁଛି ସଭିଙ୍କ ମନ...


ଥରୁଛି ହୃଦୟ ଆହେ ଦୟାମୟ

ତୁମେ ପରା ମହାବାହୁ

ତୋର ଚକା ଆଖି ସବୁପାରେ ଦେଖି

ସର୍ବଦା ଆଶିଷ ରହୁ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy