STORYMIRROR

Samar Ballav Bhoi

Tragedy Inspirational Others

3  

Samar Ballav Bhoi

Tragedy Inspirational Others

ଜୁଇ ଜଳୁଛି

ଜୁଇ ଜଳୁଛି

1 min
206


ଜୀବନ ଯାତ୍ରାର ଶେଷ 

ସବୁ ଦୁଃଖର ଶେଷ

ସବୁ କର୍ମରୁ ଆରାମ

ସବୁ ଅଳିଅର୍ଦ୍ଦଳି ରୁ ମୁକ୍ତି

ସବୁ କଳହର ସମାଧାନ

ସବୁ ବିରକ୍ତିରୁ ଶାନ୍ତି

ସବୁ ଅଶାନ୍ତିରୁ ଶାନ୍ତି

ଝାମେଲା ସବୁ ଶେଷ

ସମ୍ପର୍କର ଲମ୍ବା ରାସ୍ତାରୁ 

ବହୁତ ଦୂର

ଦିନ ରାତି କର୍ତ୍ତବ୍ୟରୁ ମୁକ୍ତି

ସବୁ ନିଃଶ୍ବାସ ପ୍ରଶ୍ବାସ ଶେଷ

ସବୁ ସାଙ୍ଗ ସାଥିଙ୍କ ଠାରୁ ବିଦାୟ

ପରିବାର ଦୁଃଖ ସୁଖର

ଲମ୍ବା ତାଲିକାରୁ ବିରତି

ଭିନ୍ନ ଭିନ୍ନ ନିୟମ କାନୁନ ପ୍ରତାରଣା ରୁ ମୁକ୍ତି

ସବୁ କିଛି ର ସମାପ୍ତ 

ପ୍ରାକୃତିକ ଦୃଶ୍ୟର

ୁ ଶେଷ 

ସବୁ ଶେଷର ଶେଷ ହୁଏ

ମୃତ୍ୟୁର ପ୍ରାଙ୍ଗଣରେ

ମୃତ୍ୟୁର ଶେଷ ଠିକଣା ହୁଏ

ଗାଁ ଶେଷ ମଶାଣି ଭୁଇଁରେ

ମଶାଣିକୁ ଯିବା ପାଇଁ ଛଅ ଖଣ୍ଡ ବାଉଁଶ

ଛଅ ଖଣ୍ଡ ବାଉଁଶ ରେ ହୁଏ ସବାରି

ସେହି ସବାରି ଯାଏ ମଶାଣି ଭୁଇଁ

ମଶାଣିରେ ଜଳେ ସେହି ନିରୀହ ଶବ

ଶବ ପାଇଁ ସଜା ଥାଏ ଜୁଇ

ଜୁଇ ରେ ଜଳୁଛି ସେହି ଶବ

ଜୁଇ ଚାରିପଟେ ପରିବାର 

ଆଉ ବନ୍ଧୁ ପରିଜନ

ଆଖିରେ ଲୁହର ଧାର 

ସମସ୍ତେ ଫେରନ୍ତି ଘରମୁହାଁ

କିନ୍ତୁ ମଶାଣି ରେ 

ଜୁଇ ଜଳୁ ଥାଏ 

ନିଆଁ ର ଶେଷ ପର୍ଯ୍ୟନ୍ତ।


Rate this content
Log in

Similar oriya poem from Tragedy