STORYMIRROR

Samar Ballav Bhoi

Abstract Action

4  

Samar Ballav Bhoi

Abstract Action

ଶରଧାବାଲି

ଶରଧାବାଲି

1 min
400


ଶ୍ରୀମନ୍ଦିରରେ ପ୍ରଭୁ ତୁମେ ଏକା ଏକା 

ଭକତ ଙ୍କ ଗହଳି ଚହଳି ଆଉ ଶୁଭୁନାହିଁ

ଶରଧାବାଲି ରୁ ଆଉ ଶ୍ରଦ୍ଧା ମିଳୁନାହିଁ

ଚକାଆଖି ଭକତ ଙ୍କୁ ଆଉ ଦିଶୁନାହିଁ

ଶ୍ରୀମନ୍ଦିରରେ ପ୍ରଭୁ ତୁମେ ଏକା ଏକା 

ସମୁଦ୍ରର ଘୋର ଗର୍ଜନ ଆଉ ଶୁଭୁନାହିଁ।।


ଶ୍ରୀମନ୍ଦିରରେ ପ୍ରଭୁ ତୁମେ ଏକା ଏକା 

ମନ୍ଦିର ଟା ଏବେ ଏବେ ଫାଙ୍କା ଫାଙ୍କା

ସବୁଆଡେ ଦେଖୁଅଛୁ ଅନେକ ଆଶଙ୍କା

ବଂଚିବାକୁ ସମସ୍ତଙ୍କ ପ୍ରୟାସ ଅଙ୍କାବଙ୍କା

ଶ୍ରୀମନ୍ଦିରରେ ପ୍ରଭୁ ତୁମେ ଏକା ଏକା ।।


ଭାବନାର ଭାବ ଆଜି ଭାବ ବିହୀନ 

ଶୁଭୁନାହିଁ ଆଜି ତୁମ ଶଂଖ ମହୁରୀ

ଭକତଙ୍କ ମନେ ଆଜି ଆଶଙ୍କା ଲହରୀ

ସମସ୍ତେ ଏବେ କରୁଛନ୍ତି ତୁମକୁ ଗୁହାରି

ପାରୁନାହୁଁ ଏ ସମୟକୁ ହୃଦୟେ ଆଦରି।।


ଶରଧାବାଲି ରୁ ଆଜି ଶ୍ରଦ୍ଧା ମିଳୁନାହିଁ

ଦେହେ ଟିକିଏ ମାଖିବାକୁ ବାଲି ମିଳୁନାହିଁ

ପ୍ରଭୁ ଜଗନ୍ନାଥଙ୍କର ଏବେ ନିରବ ବେଶ

ଚଳଚଂଚଳ ଲାଗୁନାହିଁ ତୁମ ବଡଦେଉଳ

ଏବେ ଏବେ ଶୁଭୁନାହିଁ ତୁମ ଶଂଖ ନାଦ

ନିରବ ନିଶ୍ଚଳ ଏବେ ତୁମ ଶ୍ରୀମନ୍ଦିର

ଶ୍ରୀମନ୍ଦିରରେ ପ୍ରଭୁ ତୁମେ ଏକା ଏକା ।।


ବିଶ୍ବାସ ର ହରି ତୁମେ ବିଶ୍ବାସେ ମିଳଇ

ଭକତର ବନ୍ଧୁ ତୁମେ ଭକତଙ୍କ ବିଶ୍ବାସ

ଭାବଗ୍ରାହୀ ପ୍ରଭୁ ତୁମେ ଭାବର ପ୍ରକାଶ

ବିଶ୍ବାସରେ ବଂଚି ରହୁ ଆମର ନିଃଶ୍ବାସ

ପ୍ରଭୁ ତୁମେ ଭକତଙ୍କ ଆତ୍ମ ବିଶ୍ବାସ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract