ଆପଣାର
ଆପଣାର
ଶୂନ୍ୟକୁ ଯେବେ ଆବୋରିନିଏ
ନିଜସ୍ୱ ବୋଲି ସର୍ବସ୍ବ ବୋଲି
ଶୂନ୍ୟବି ମତେ ଅଟହାସ୍ୟ କରେ
ନିଜକୁ ଯେବେ ଭାବିନିଏ ନିଜର
ବୋଲି, ସେବି ହୁଏନା ଆପଣାର
ଆତ୍ମୀୟତାର....
ଅଜବ ଅନୁଭୂତିର ଅବ୍ୟକ୍ତ
ଯନ୍ତ୍ରଣା ରେ....
ଜୀବନଟା ଲାଗେ ସତେ
ବିଚିତ୍ରବର୍ଣ୍ଣା....
ମୋ ପାଇଁ ଜୀବନଟା ଜୀଵନ
ଜୀବନର ଚୌଖଟ ଉପରେ
ଶୂନ୍ୟକୁ ହିଁ ମୁଁ ଆବୋରି ନିଏ
ଶୂନ୍ୟ ଯେବେ ଆପଣାଏ ମତେ....
