ସଫଳତା
ସଫଳତା
ବିଫଳତା ଯେ ସଫଳତା ର
ସିଡ଼ି ସୋପାନ, ଏକଥା ମୁଁ
ଆଗରୁ କେବେ ବୁଝିନଥିଲି
ହାରିବା ଯେ ଜିତିବାର ବାଜି
ଏକଥା ମୁଁ ଆଗରୁ କେବେ
ଜାଣିନଥିଲି, କିନ୍ତୁ ବେଳେବେଳେ
ମନରେ ପ୍ରଶ୍ନ କାହିଁକି ଯେ ଉଙ୍କି ମାରେ
ନିଜକୁ ନିଜେ ପ୍ରଶ୍ନ ପଚାରେ
ଜୀଵନ କାହିଁକି ଯେ ନୈରାଶ୍ୟ ର
ବେଳା ପାଲଟିଯାଏ....
ଜୀଵନ ଟା ପ୍ରଶ୍ନବାଚୀ ହୁଏ..
ମନରେ ଅସଂଖ୍ୟ ପ୍ରଶ୍ନ
ଉଙ୍କି ମାରେ...
ପ୍ରଶ୍ନମାଳା ଜୀବନଟା
ଉତ୍ତର ର ଅପେକ୍ଷା ରଖେ
ହେଲେ ମୁଁ କେବେ ହରିବାର
ଦୁଃଖରେ ମର୍ମାହତ ହୁଏ
ସେତିକିବେଳେ ଆଶାର
ଝଲକ ଟିଏ ଖେଳିଯାଏ....
ବୁଝିପାରେ ବିଫଳତା ହିଁ
ସଫଳତା.....
