ସ୍ୱର୍ଗ
ସ୍ୱର୍ଗ
ଲୁହ ହେଉ କି ଲହୁ
ବନ୍ୟା କିନ୍ତୁ ଏବେ, ଛୁଟିଥାଏ
ଲୁହ ବି ଅମାନିଆ, ଲହୁ
ବି ଅମାନିଆ....
ସେ ମାନିନଥାଏ
ବାଧା ବନ୍ଧନ
ଛୁଟିଥାଏ ଆଉ ଛୁଟିଥାଏ
ମୁକ୍ତ ହେଲାପରେ କାହିଁକି
ଯେ ମୁକ୍ତି ଖୋଜେ
ମୁକ୍ତ ଆକାଶ ତଳେ
ଜୀଵନ ଟା କାହିଁକି ଯେ
ଆବଦ୍ଧ କାରାରୁଦ୍ଧ ଲାଗେ
ହେଲେ କାହିଁକି ଯେ
ମୁଁ ଏବେ ସମସ୍ୟା କୁ ହିଁ
ସମାଧାନ ବୋଲି ଧରିନିଏ
ଦୁଃଖ ସବୁକୁ ସୁଖ ଭାବି
ହଳାହଳ ପିଦିଏ
ଜୀବନ ଯାତନା ର ସହର
ହେଲାପରେ, ସେହି ସହର ରେ
ଘର କରେ, ସ୍ୱର୍ଗ ବୋଲି
ଧରିନିଏ..............
