STORYMIRROR

Sudhashree Bhattamisra

Inspirational

4.4  

Sudhashree Bhattamisra

Inspirational

ଠିକଣା

ଠିକଣା

1 min
21

ଜୀଵନ ଯଦି ବିପ୍ଳବ ହୁଏ 
ମୁଁ ବିପ୍ଲବୀ, ଜୀଵନ ଯଦି 
ଝରଣା ହୁଏ ମୁଁ ନିର୍ଝରିଣୀ 
ଜୀଵନ ଯଦି ଉଦ୍ୟାନ ହୁଏ 
ମୁଁ ପୁଷ୍ପଟିଏ, ଜୀଵନ ଯଦି 
ପୁଷ୍ପ ହୁଏ ମୁଁ ମହକ 
ଜୀଵନ ଯଦି ମନ୍ଦିର ହୁଏ 
ମୁଁ ପୁଜାରିଣୀ...
ଜୀଵନ ଯଦି ରଙ୍ଗମଞ୍ଚ ହୁଏ 
ମୁଁ ଅଭିନେତ୍ରୀ...
ଜୀଵନ ଯଦି ପ୍ରକୃତିରାଣୀ ହୁଏ 
ମୁଁ ସୌନ୍ଧର୍ଯ୍ୟ ସମ୍ଭାର...
ଜୀଵନ ଯଦି ଲକ୍ଷ୍ୟ ହୁଏ 
ମୁଁ ଲକ୍ଷ୍ୟସ୍ଥଳୀ...
ଜୀଵନ ଯଦି ମରୁପ୍ରାନ୍ତ ହୁଏ 
ମୁଁ ବୁନ୍ଦାବୁନ୍ଦା ଜଳ 
ଜୀଵନ ଯଦି ସାଗର ହୁଏ 
ମୁଁ ବେଳାଭୂମି...
ଜୀଵନ ଯଦି ଅଙ୍କ ହୁଏ ମୁଁ 
ସୂତ୍ର ସମାଧାନ ର...
ଜୀଵନ ଯଦି କାଉଁରୀ ମନ୍ତ୍ର 
ହୁଏ, ମୁଁ ଯାଦୁଗର...
ଜୀଵନ ଯଦି ଅଭିମାନ ହୁଏ 
ମୁଁ ସ୍ୱାଭିମାନ....
ଜୀଵନ ଯଦି ପୁଷ୍କରିଣୀ ହୁଏ 
ମୁଁ ସ୍ଵଛ ଜଳ....
ଜୀଵନ ଯଦି ଅପହଞ୍ଚ ହୁଏ 
ମୁଁ ଗନ୍ତବ୍ୟସ୍ଥଳୀ...
ଜୀଵନ ଯଦି ପ୍ରଶ୍ନଟିଏ 
ମୁଁ ଉତ୍ତର ତାର..
ଜୀଵନ ଯଦି ଜିଜ୍ଞାସୁ ହୁଏ 
ମୁଁ ଅନ୍ୱେଷଣ ରେ ବ୍ରତୀ 
ଜୀଵନ ଯଦି ତାରକାମାଳା 
ମୁଁ ଜହ୍ନଟିଏ, ଜୀଵନ ଯଦି 
ବିଷାଦ ର ମୁହୂର୍ତ୍ତ ଟିଏ 
ମୁଁ ପୁଲକ ଟିଏ ଆନନ୍ଦ ର 
ଜୀଵନ ଯଦି ବୃକ୍ଷ ଟିଏ 
ମୁଁ ଛାୟା ତାର 
ଜୀଵନ ଯଦି ସକାଳ ହୁଏ 
ମୁଁ ସାୟାହ୍ନ...
ଜୀଵନ ଯଦି ସ୍ୱରୂଜ ହୁଏ 
ମୁଁ ଉଜ୍ବଳ ତା 
ଜୀଵନ ଯଦି ତର୍କଟିଏ 
ମୁଁ ତାର୍କିକତା 
ଜୀଵନ ଯଦି ସତ୍ୟତା 
ମୁଁ ନିଛକ ନମୁନା 
ଜୀଵନ ଯଦି ନୈରାଶ୍ୟ ର 
ବେଳାଭୂମି ହୁଏ 
ମୁଁ ଆଶାର ଝଲକ 
ଜୀଵନ ଯଦି ସଂଜ୍ଞାହୀନ 
ମୁଁ ଠିକଣା ତାର........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

ମିଳନ

ମିଳନ

2 mins ପଢ଼ନ୍ତୁ

Similar oriya poem from Inspirational