STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ପ୍ରତିଜ୍ଞା

ପ୍ରତିଜ୍ଞା

1 min
11

ଜୀଵନ ର ପ୍ରକୃତ ଅର୍ଥ ଯେବେ ଖୋଜେ 
ସେତିକିବେଳେ ମନଟା ପ୍ରଶ୍ନମାଳା 
ପାଲଟିଯାଏ, ପୁଣି ନିଜକୁ ନିଜେ ପ୍ରଶ୍ନ 
ପଚାରେ, ଖୋଜେ ସମାଧାନ ର ରାସ୍ତା 
ନିଜ ସହିତ ନିଜେ ଗପେ 
କିନ୍ତୁ ଜୀବନଟା ପ୍ରଶ୍ନବାଚୀ 
ପ୍ରଶ୍ନ କରେ ନିଜକୁ ନିଜେ 
ପୁଣି ପ୍ରତୀକ୍ଷା କରେ ଏକ 
ସୁନିଶ୍ଚିତ ସୁନ୍ଦର ସକାଳର 
ସୁନ୍ଦର ଜୀବନର 
ଜୀବନକୁ ସରସ ସୁନ୍ଦର କରି 
ଗଢି ତୋଳିବାକୁ 
ସ୍ୱର୍ଗ ଗଢିବାର ସ୍ୱପ୍ନରେ ସିନା 
ମସଗୁଲ ହୁଏ ହେଲେ 
ସ୍ବପ୍ନଟା ଅଧା ରହିଯାଏ 
ସ୍ୱର୍ଗ ଗଢୁ ଗଢୁ ମୁଁ ଯେବେ 
ଆଘାତ ପ୍ରାପ୍ତ ହୁଏ 
ସେହି ସ୍ୱର୍ଗ ର ସୁନ୍ଦର 
ସୁପରିକଳ୍ପନା ରେ 
ବାସ୍ତବ ଜୀବନକୁ ଯେବେ 
ଭଲପାଏ, ଜୀବନଠୁ 
ଆଘାତ ପ୍ରାପ୍ତ ହୁଏ 
ନିରବଦ୍ରଷ୍ଠା ରାତିଟା 
ମତେ ପ୍ରଶ୍ନ ପଚାରେ 
ନୂଆ ସକାଳର ନୂଆ 
ସ୍ୱପ୍ନକୁ ବାସ୍ତବ ରୂପ 
ଦେବାପାଇଁ, ମୁଯେବେ 
ନିତି ସ୍ବପ୍ନ ଦେଖେ 
ମୋ ପ୍ରତିଜ୍ଞା ରେ ମୁଁ 
ଅଟଳ ରହେ........


Rate this content
Log in

Similar oriya poem from Inspirational