Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4.3  

Niranjan Mishra

Inspirational

ମୁଁ ନୁହେଁ ମୁଁ

ମୁଁ ନୁହେଁ ମୁଁ

1 min
300


ମୁଁ ନୁହେଁ ମୁଁ ସତରେ କିଏ ମୁଁ

ଖୋଜିବାକୁ ବାହାରିଲି

ଯେତିକି ଯେତିକି ଖୋଜି ମୁଁ ବୁଲିଲି

ସେତିକି ଆଶ୍ଚର୍ଯ୍ୟ ହେଲି ।


ପଞ୍ଚମହାଭୂତ କ୍ଷିତି ଆପ ତେଜ

ବ୍ୟୋମ ମରୁତକୁ ନେଇ

ଶରୀର ମୋହର ଗଢା ହୋଇଅଛି

ତା ଭିତରେ ଅଛି ମୁହିଁ ।


ମୁଁ ନୁହେଁ ମୁଁ କାହିଁକି କହୁଛି

ମୁଁ କହେ ମୋ ଶରୀର

ମୁଁ ନୁହେଁ ଶରୀର ଶରୀର ଭିତରେ

ରହିଛି ମୁଁ ମୋହର ।


ହାତ ଗୋଡ ଦେହ କିଛି ନୁହେଁ ମୁଁ

ନୁହେଁ ଆଖି ନାକ କାନ

ମୁଁ ନୁହେଁ ମୁଁ ଶରୀର ଭିତରେ

ରହିଛି ମୋର ଜୀବନ ।


ମୋତେ ମୁଁ କେବେ ଦେଖି ପାରେ ନାହିଁ

ଦେଖେ ମୋ ଅଙ୍ଗପ୍ରତ୍ୟଙ୍ଗ

ମୋତେ ମୁଁ ମୋ ଭିତରେ ଦେଖିବି

କରିଲେ ସାଧନ ଯୋଗ ।


ମୁଁ ମୁଁ ବୋଲି ଯାହା ମୁଁ କହୁଛି

ମୁଁ ନୁହେଁ ସେଇ ମୁଁ

ମୋ ଭିତର ମୁଁ ଦେଖିନାହିଁ କେହି

କେବେ ବି ଦେଖିନି ମୁଁ ।


ଗୀତା ଭାଗବତ ପୁରାଣ ବେଦାନ୍ତେ

ଲେଖା ଅଛି ଯାହା ମୁଁ

ଅଙ୍ଗୁଷ୍ଠ ପ୍ରମାଣ ଶରୀରେ ରହିଛି

ଜ୍ୟୋତି ସ୍ବରୂପରେ ମୁଁ ।


ଶରୀର ମୁଁ ନୁହେଁ ମୁଁ ମୋହର ଆତ୍ମା

ଜନ୍ମ ମୃତ୍ୟୁ ନାହିଁ ତାର

ଶସ୍ତ୍ର ନ କାଟଇ ଅଗ୍ନି ନ ଦହଇ

ନ ଶୋଷେ ତାକୁ ସମୀର ।


ନ ବୁଡଇ ଜଳେ ରହିଛି ନିଶ୍ଚଳେ

ଜରା ବ୍ୟାଧି ତାର ନାହିଁ

ନିତ୍ୟ ସର୍ବଗତ ସ୍ଥାଣୁ ସ୍ୱରୂପରେ

ସଦା ସର୍ବଦା ରହଇ ।


ନିଶ୍ଚିନ୍ତରେ ମୁଁ ସଦା ରହିଅଛି

ଯେଣୁ ମୁଁ ନୁହେଁ ମୁଁ

ଦିନେ ନା ଦିନେ ମୁଁ ଫେରିବି ସେଠିକି

ଯେଉଁଠୁ ଆସିଛି ମୁଁ ।


Rate this content
Log in

Similar oriya poem from Inspirational