Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ସେବାମୂର୍ତ୍ତୀ ମଦର ଟେରେସା

ସେବାମୂର୍ତ୍ତୀ ମଦର ଟେରେସା

1 min
384


ମମତାମୟୀ ମାଆ ସେ ବିଶାଳ ହୃଦୟ

ଆଜି ତାଙ୍କ ଜନ୍ମତିଥି ବିଶ୍ୱେ ଶୁଭେ ଜୟ l


କେଉଁ ପୁଣ୍ୟ ଲଗନରେ ମାଆ ଜନ୍ମ ଲଭି

ମରତକୁ ଆସିଥିଲ ସ୍ୱୟଂ ସେବା ଦେବୀ l


ମରଣଶୀଳ ମାନବେ କରି ତୁମ୍ଭେ ସେବା

ସେବାକୁ ତୁମ୍ଭର ଆଉ ଉପମା କି ଦେବା l


ମାନବ ସେବା ମାଧବ ସେବାବ୍ରତ କରି

ବିଶ୍ୱରେ ଭ୍ରମଣ କଲ ମାଆ ବ୍ରହ୍ମଚାରୀ l


ବସୁଧୈବ କୁଟୁମ୍ବକମ୍ ମହାମନ୍ତ୍ର ଘୋଷି

କର୍ମକ୍ଷେତ୍ର ବାଛି ନେଲ ଭାରତକୁ ଆସି l


ମହାନଗରୀ ସେ କାଳୀପୀଠ କଲିକତା

ଦ୍ୱାରେଦ୍ୱାରେ ବାଣ୍ଟିଗଲ ମାତୃତ୍ୱର ବାର୍ତ୍ତା l


ଘୃଣ୍ୟ ପଙ୍ଗୁ କୁଷ୍ଠରୋଗୀ ଚିପି ପୂଜ ରକ୍ତ

ଯାଦୁକାରୀ ସ୍ପର୍ଶ ମାତ୍ରେ କରୁଥିଲ ସୁସ୍ଥ l


ଜୀବେ ମାତ୍ରେ ବଞ୍ଚିବାର ଅଛି ଅଧିକାର

ତାଙ୍କୁ କିଆଁ ଫିଙ୍ଗିଦେବ ସମାଜ ଆମର l


କୋଳେଇ ନେବା ସିନାଟି ମାନବର ଧର୍ମ

କୋଟି ଶିଷ୍ୟା ସୃଷ୍ଟି କରି ଶିଖାଇଲ ମର୍ମ l


ତୁମ୍ଭ ସେବାମୂଲ କି ମଣିଷ ଦେଇପାରେ

ଭୂଷିତ ମାତର ନୋବେଲର ପୁରସ୍କାରେ l


ଯେତେଦିନ ବିଶ୍ୱେ ଥିବ ସେବାଧର୍ମ ଜୟ

ମଦର ଟେରେସା ନାମ ରହିବ ଅକ୍ଷୟ l


ମନେ ପଡ଼େ ପୁଣ୍ୟ ଜନ୍ମଦିନେ ତୁମ୍ଭ କଥା

କୋଟିଏ ନମନ ଘେନ ଆହେ ବିଶ୍ୱମାତା l

         


Rate this content
Log in

Similar oriya poem from Inspirational