STORYMIRROR

Kalandi pal

Inspirational

3  

Kalandi pal

Inspirational

ତୁମ ନୀରବତା

ତୁମ ନୀରବତା

1 min
395

ବିସ୍ତୃତ ମନର ଅବ୍ୟକ୍ତ କାହାଣୀ

  ସଜାଏତ ନୀରବତା

କହି ହୁଏ ନାହିଁ ସହି ହୁଏ ନାହିଁ

  ଭରଇ ମନେ ଦୁଶ୍ଚିନ୍ତା ll


ସମୟ ଖଞ୍ଜିତ ନିର୍ଘଣ୍ଟ କାଳରେ

  ସମାପ୍ତ ହୁଏ ଜୀବନ

ସୀମିତ ସମୟେ ଜୀବନର ପଥ

  ତପ୍ତ ବାଲି କଣ୍ଟାବନll


ମନର ବେଦନା ବୁଝେନି କେ ଏଠି

  ବୁଝେନି କେ ନୀରବତା

ନୀରବତା ନୁହେଁ କେବଳ କ୍ଲାନ୍ତର

  ପଶ୍ଚlତେ ଅନେକ ବ୍ୟଥା ll


ସବୁ ସ୍ଥଳେ ନୀରବତା ଶୋଭା ନୁହେଁ

  ନୀରବତା ଅସ୍ତ୍ର କରି

ବୃଥା ଅପଯଶ ବୃଥାର କଟାକ୍ଷ

  ସହିବାକୁ ପଡେ ଭାରି ll


କିଛି ନୀରବତା ମରୀଚିକା ସମ

  ଅନ୍ଧାରି ଜୀବନ ଆଣେ

କିଛି ନୀରବତା ଆତ୍ମ ଚିନ୍ତନର

  ପ୍ରେରଣା ଭରଇ ମନେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational