ତୁମେହେ ଧ୍ରୁବ ତାରା
ତୁମେହେ ଧ୍ରୁବ ତାରା
ତୁମେ ତ ଯୀଶୁ ତୁମେ ତ ଆଲ୍ଲା
ତୁମେ ତ ପ୍ରଭୁ ରାମ l
ମତ ଅନେକ ପଥ ବହୁତ
ଏକଇ ତୁମ ଧାମ l
ତୁମେ ଅସୀମ ତୁମେ ସସୀମ
ତୁମେ ଯେ ପରଂବ୍ରହ୍ମ l
ଏକଇ ବ୍ରହ୍ମ ଦ୍ୱିତୀୟ ନାସ୍ତି
ତୁମେ ତ ଅନୁପମ l
ଧରଣୀ କାନ୍ଦେ ବରଷି ଦିଅ
ତୁମରି କୃପା ବାରି l
ଅନ୍ଧାର ମନେ କଣ୍ଟକ ବନେ
ଦିଅ ଆଲୋକ ଭରି l
ଅନ୍ଧ ମଣିଷ ବାଟ ହୁଡୁଛି
ନିଅ ତା ହାତ ଧରି l
ସବୁରି ମନୁ ଅବସାଦକୁ
ନିଅ ହେ ପ୍ରଭୁ ହରି l
ତୁମ ମୂର୍ଚ୍ଛନା ଖେକୁ ଅନ୍ତରେ,
ତୁମେ ହେ ଧ୍ରୁବ ତାରା l
ଚେତନା ମଧ୍ୟେ ବିରାଜ ସଦା
ଦିଅ ଦିଗ ଇସାରା l
