STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

1 min
300


ଆସ ଶୁଣିବା ଭାଗବତ କଥା

ଯାହା ଶୁଣିଲେ ଯିବ ସବୁ ବ୍ୟଥା

ଆତ୍ମ ଦେବ ନାମେ ଏକ ବ୍ରାହ୍ମଣ ଥିଲେ

ଦିନେ ଏକ ରୁଷି ପ୍ରସାଦକୁ ଆଣି ସ୍ତ୍ରୀକୁ ଦେଲେ

କହିଲେ ୟାକୁ ଖାଇଲେ ହେବ ସନ୍ତାନ ତୋର 

ତୁହି ଜମା ସନ୍ଦେହ ନ କର

ତାର ପତ୍ନି ଧୁନ୍ଦୁଲି ବଡ଼ ସନ୍ଦେହି ଥିଲା

ସେହି ସନ୍ଥ ପ୍ରସାଦକୁ ଗୋ ମାତାଙ୍କୁ ଦେଲା

ଗୋ ମାତାଙ୍କ ହେଲା ଦିବ୍ୟ ସନ୍ତାନ

ଧୁନ୍ଦୁଲି କଲା ନିଜ ଭଗିନୀର ସନ୍ତାନକୁ ପାଳନ

ଧୁନ୍ଦୁଲି ତାର ସନ୍ତାନ ନାମ ଧୁନ୍ଦୁ କାରି

ଦେଲା

ଗୋ ମାତା ଙ୍କ ସନ୍ତାନ ନାମ ଗୋକର୍ଣ୍ଣ

ହୋଇଲା

ଧୁନ୍ଦୁଲି ପୁତ୍ର ପାଇଁ ଆତ୍ମ ହତ୍ୟା କଲେ

ଆତ୍ମ ଦେବ ଯୋଗୀ ହୋଇ ଚାଲି ଗଲେ

ଧୁନ୍ଦ୍ କାରି ପର ସ୍ତ୍ରୀ ଭୋଗ କରିଲା

ମଦ ମାଂସ. ଆଦି ଭକ୍ଷଣ କଲା

ଦିନେ ତାର ଅକାଳ ମୃତୁ ହୋଇଲା

ଅତୃପ୍ତ ଆତ୍ମା ହୋଇ ଘୁରି ବୁଲିଲା

ତା ପାଇଁ ଗୋକର୍ଣ୍ଣଙ୍କ ମନ ବିଚଳିତ

ହେଲା

ଗୟାରେ ତା ପାଇଁ ଶ୍ରଦ୍ଧ ହେଲା

ତଥାପି ସେ ମୋକ୍ଷ ନ ଲଭିଲା

ସଭିଙ୍କୁ ଭୟ ଭୀତ କରିଲା

ଦିନେ ଗୋକନ୍ନ ଭାଗବତ କଥା କରିଲେ

ଏକ ସାତ ଗଣ୍ଠିର ବଉଁସ ପୋତିଲେ

ପ୍ରତି ଦିନ ଗୋଟେ ଗୋଟେ ଗଣ୍ଠି ଫାଟିଲା

ଧୁନ୍ଦ୍ କରି କଥାକୁ ମନ ଦେଇ ଶୁଣି ଥିଲା

ସାତ ଦିନରେ ଭାଗବତ କଥା ପୁର୍ଣ 

ହୋଇଲା

ଅତୃପ୍ତ ଆତ୍ମା କଥା ଶୁଣି ମୋକ୍ଷ ପାଇଲା

ଭାଗବତ କଥା ଅତୃପ୍ତ ଆତ୍ମାକୁ ବି

ମୋକ୍ଷ ଦିଅଇ

ଭାଗବତ କଥା ଯିଏ ମନ ଧ୍ୟାନ ଦେଇ ଶୁଣଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational