STORYMIRROR

Ghanashyam Jena

Inspirational

3  

Ghanashyam Jena

Inspirational

ଦେବସ୍ନାନ ପୂର୍ଣ୍ଣିମା ଘନଶ୍ୟାମଜେନ

ଦେବସ୍ନାନ ପୂର୍ଣ୍ଣିମା ଘନଶ୍ୟାମଜେନ

1 min
416


ଜ୍ୟେଷ୍ଠମାସ ଶୁକ୍ଳ ପୂର୍ଣ୍ଣିମା,ଦେବସ୍ନାନ ପୂର୍ଣ୍ଣିମା,

ଭାଇ,ଭଗ୍ନୀ ସଙ୍ଗେ ମଣ୍ଡପେ,ବିଜେକର ମଣିମା     

ଧାଡ଼ି ପହଣ୍ଡିରେ ଆସିଣ,ଭାଇ ଭଉଣୀ ମେଳେ

ସଙ୍ଗେ ସୁଦର୍ଶନ ବିରାଜେ, ସ୍ନାନ ମଣ୍ଡପ ସ୍ଥଳେ।

ସୁବର୍ଣ୍ଣ କୂପର ଜଳରେ, ସ୍ନାନ କି ଅନୁପମ

ଶହେ ଆଠ ସ୍ୱର୍ଣ୍ଣ ଗରାରେ,ମିଳାଇ ଚତୁଃସମ।

ମଦନ ମୋହନ ବେଶରେ,ପ୍ରଭୁ ଦିଶ ସୁନ୍ଦର

ଭୁବନ ମୋହନ ହସରେ,ଦିଶ କି ମନୋହର।

ପରିଧାନ ମେଘବରଣ,ବସ୍ତ୍ର କି ଶୋଭାବନ

ସଙ୍ଗେ ମେଘମାଳା ଢାଳଇ,ଅମୃତ ଧାରା ବନ।

ଅପରୂପ ଶୋଭା ମାଧୁରୀ ତହିଁ ହୋଇଛି ଠୁଳ

ଅନୁପମ ଶୋଭା ରାଶିରେ,ସ୍ନାନସ୍ଥଳୀ ମଞ୍ଜୁଳ।

ମଣ୍ଡପେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦିବ୍ୟ ଲୀଳା ଭିଆଣ

ସ୍ନାନ ବେଦୀକୁ ଚାହିଁଥାନ୍ତି,ଚତୁର୍ଦ୍ଦଶ ଭୁବନ।

ସ୍ନାନ ଅନ୍ତେ ଗଜବେଶରେ ପ୍ରଭୁ ହୋଇ ଭୂଷିତ

ଗଣପତି ଭଟ୍ଟ ଭକତ, ଦେଖି ହେଲେ ଚକିତ।   ଅଣସର ଘରେ ରହିବେ ପ୍ରଭୁ ପନ୍ଦର ଦିନ

ଜରରେ ପୀଡ଼ିତ ହୋଇଣ,ଖାଇ ପଥି ପାଚନ।

ଦଶମୂଳ ମୋଦକ ତୁଲେ,ଫୁଲୁରୀ ତେଲ ନିତି

ଉପଚାର ଲାଗି କରିବେ ମିଳି ଦଇତା ପତି।

ଅଣସରେ ବାସ ସମୟେ,ପଟ ଦିଅଁ ଦର୍ଶନେ

ମୁକତି ଲଭିବେ ଭକତେ,ଏହା ମନାସି ମନେ।

ଏସମୟେ ଅଲାରନାଥଙ୍କର କରି ଦର୍ଶନ 

କୃତ୍ୟକୃତ୍ୟ ହେବେ ଭକତ,ଲଭିବେ ପରିତ୍ରାଣ

ଲକ୍ଷେ ଜଳଧିର ଜଳରେ,ଭିଜେନି କଳେବର

ଭକ୍ତର ଟୋପାଏ ଲୁହରେ,ଶରୀର ସରସର।

ସକଳ ଜଗତ ପାଇଁକି,ଏ ଯେ ଅପୂର୍ବ ଲୀଳା 

 ଭକ୍ତ ଭଗବାନ ମିଳନ,ପ୍ରଭୁଙ୍କ ଲୀଳା ଖେଳା।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational