STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଜୟ ଲାଲ ବାହାଦୂର

ଜୟ ଲାଲ ବାହାଦୂର

1 min
364

ଜୟ ଲାଲ ବାହାଦୂର


ଶାସ୍ତ୍ରୀ ହେ ତୁମେ ପୁନରାୟ ଆସ ଫେରି

ତୁମ ଦିବ୍ୟ ଶୁଭ ସୁନ୍ଦର ଗୁଣକୁ ଏବେବି ହେଉଛୁ ଝୁରି

ତୁମ ଶୁଭ୍ର ଶୁଭ ରୂପରେ ମୋହିତ ଚକ୍ଷୁ ପଟଳରେ ମୋର

ସପନେ କି ଜାଗରଣେ ଉଦ୍ଭାସିତ ହେଉଅଛି ନିରନ୍ତର

କିଆଁ ଅଦିନରେ ଅବେଳେ ଆମକୁ ଗଲ ତୁମେ ପରକରି

ଶାସ୍ତ୍ରୀ ହେ ତୁମେ ପୁନରାୟ ଆସ ଫେରି ।।


ଅନେକ ଦ୍ଵନ୍ଦ ରେ ଛନ୍ଦି ହେଲୁଣି ଆମେ

ବୁଦ୍ଧି ଦିଶୁନାହିଁ ବାଟ ମିଳୁନାହିଁ ଦୁଶ୍ଚିନ୍ତାରେ ମୁଣ୍ଡ ଭ୍ରମେ

ଦିଗ୍ ଦର୍ଶନ ଦେବାପାଇଁ ଜଣେ ଖୋଜିଲେ ମିଳେ ନି ଏଠି

କେମିତି ଅଚିନ୍ତା ହୋଇ ତୁମେ ଆଜି ବସିଅଛ ଯାଇ ସେଠି

ଏକାକାର ଲାଗେ ଭୂମି ଭୂମା ପ୍ରାଣ ଅସ୍ଥିର ଜୀବନ ଯାମେ

ଅନେକ ଛନ୍ଦରେ ଛନ୍ଦି ହେଲୁଣି ଆମେ ।।


ତମିସ୍ରା ରଜନୀ ଅନ୍ଧାରୁଆରେ ଆଜି

ଜୀବନର ତରୀ ଟଳମଳ ହୁଏ ହୃଦୟ ଯାଉଛି ଭାଙ୍ଗି

ତଥାପି ତୁମରି ଚଲାପଥ ଆମେ କରୁଛୁ ଅନୁସରଣ

ଅଲିଭା ଦୀପାଳି କେମିତି ଲିଭିଲା ମାନୁନାହିଁ ମୋଟେ ମନ

ଲାଲ ବାହାଦୁର ତୁମେ ଦିଗ୍-ଦର୍ଶକ ଆମ ନଉକାର ମାଝି

ତମିସ୍ରା ରଜନୀ ଅନ୍ଧାରୁଆ ରେ ଆଜି ।। 


ଜୟ ଯବାନ ଜୟ କିଷାନ ଜୟ ଭାରତ ମାତାର ଜୟ

ଜୟ ଜୟ ଲାଲ ବାହାଦୂର ଶାସ୍ତ୍ରୀ ଅମ୍ଳାନ ପ୍ରତିଭା ଜ଼ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational