STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
275


 ସମୟ ଯାଉଛି ସରି

 ପାପ ପଲା ହୁଏ ଭାରି

ଉଧାର ପାଇବୁ ପ୍ରାୟଶ୍ଚିତ କଲେ

ପ୍ରଭୁଙ୍କର ନାମ ଧରି

ସମୟ ଯାଉଛି ସରି ।।


 ଧରମ କରମ ମାନିଲୁନି କିଛି

 ମୋହ ମାୟା କଲା ବାଇ

 ଜୀବନଟା ସାରା ଧନ ଅରଜିଲୁ

 ଅବାଟରେ ନିତି ଯାଇ 

 ତୋତେ ଚାହିଁ କାଳ ତରାଟୁଛି ଆଖି

 ଯାତନାର ଦଣ୍ଡ ଧରି

 ସମୟ ଯାଉଛି ସରି ।


  ବାପା ମାଆଙ୍କୁ ତୁ ପର କରିଦେଲୁ

  ଟଙ୍କାର ପାହାଡେ ବସି

  ତାଙ୍କରି ଆଖିର ତତଲା ଲୁହରେ

  ସବୁ ସୁଖ ଯିବ ଭାସି

  କହି ପାରିବୁନି ସହି ପାରିବୁନି

  କାଳ ଯିବ ତୋତେ ଘେରି 

  ସମୟ ଯାଉଛି ସରି ।


 ଦୁନିଆ ଆଖିରେ ଧୂଳି ଦେଇ ସିନା

 ସବୁବେଳେ ଗଲୁ ଖସି

 ଦଇବ ଦେଖୁଛି ତୋ କଲା କରମ

 ସମୟ ସାଥିରେ ମିଶି

 ଭାଗ୍ୟ ହେବ ନାହିଁ ତୋ ପାଇଁ ଭରଷା

 ଦଦରା ହେଲାଣି ତରୀ

 ସମୟ ଯାଉଛି ସରି 


 ଲୋଭ କାମ କ୍ରୋଧ ତୋ ପ୍ରିୟ ବାନ୍ଧବ

 ତାଙ୍କ ସାଥେ ସାଥୀ ହୋଇ

 ଧରାକୁ ମଣିଲୁ ସରା ସବୁବେଳେ

 ମାୟା ରେ ତୁ ଛନ୍ଦି ହୋଇ

 ଏବେ ତ କାନ୍ଦିଲେ ଶୁଣିବନି କେହି

 ପାଦେପାଦେ ଯିବୁ ହାରି

 ସମୟ ଯାଉଛି ସରି ।


 ପ୍ରାୟଶ୍ଚିତ ବିନା ନାହିଁ ତୋରଗତି

 କହିବେନି କେହି ଆହା

 ପ୍ରଭୁଙ୍କ ଚରଣ ସେବାରେ ମୁକତି

 ସେହି ଏକା ତୋର ସାହା

 ଅଶରଣ ଜନେ ଦିଅନ୍ତି ଶରଣ

 ପତିତ ପାବନ ହରି

 ସମୟ ଯାଉଛି ସରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational