STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

## ତାରା ##(13/11/2020 ର ବିଷୟ)

## ତାରା ##(13/11/2020 ର ବିଷୟ)

1 min
173

ହେ ତାରକା ଗଣ, 

ଆକାଶ ଗୌରବ ତୁମେ

ଲମ୍ୱାଇ ଦିଅ ଜ୍ୟୋତିର ହାତ

ପୋଛିଦିଅ ସବୁ ମନୁ ଦିଗନ୍ତ ତମସା ।।


ଆକାଶ ମହଲେ

ଲମ୍ୱ ବେକ ଟେକି ଦିଅ

ଖଞ୍ଜିଦେଇ କଣ୍ଠେ ମୃଗତୃଷ୍ଣା

ପଢିନିଅ ଆଜି ସଭ୍ୟତାର ମନଭାଷା ।।


ଏ ଜାତିର ହୁଅ

ନୂଆ ଆଲୋକ ବର୍ତ୍ତିକା

ନିରକ୍ଷର ହାତରେ ଅକ୍ଷର

ଆଉ ଦୁର୍ବଳକୁ ନ କରିକି ଲୋକହସା ।।


ଉଷାର ଡଗରେ

ଉଦ୍ଭାସିତ କର ପ୍ରାଣେ

ଅୟୁତ  ଆଶାର  ନିର୍ବିକଳ୍ପେ 

ମୂକ ଜନେ ଦେଇ ଉତ୍ସାହର ପରିଭାଷା ।।


ତାରା ତୁମେ ସୂର୍ଯ୍ୟ 

ଉତପ୍ତ  ତୁମ  ଜଗତ

ତଥାପି ତୁମ ପାଇଁ ସନ୍ତପ୍ତ

ଆଲୋକିତ କରିବାକୁ ନୂତନତ୍ତ୍ୱ ଆଶା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational