ରାଗ
ରାଗ
ରାଗ ଅଟେ ଜାଣ ମଣିଷର ଲାଗି
ସବୁଠୁ ବଡ ବଇରୀ
ଦିଏନାହିଁ କିଛି ସବୁ ନିଏ ପୋଛି
ସବୁଠୁ ବଡ ଭଗାରି ||
କ୍ରୋଦ୍ଧିତ ମଣିଷ କି ପାପ ନ କରେ
କହି ପାରିବ କି ଭାଇ?
ହିତାହିତ ଜ୍ଞାନ ହରାଇ ବସେ ସେ
କ୍ରୋଧାଗ୍ନିରେ ଝାସ ଦେଇ||
ସବୁ ସମ୍ପର୍କର ଲକ୍ଷ୍ମଣ ରେଖାକୁ
କ୍ରୋଧେ ନର ଟପିଗଲେ
ଛଳରେ ଆସିଣ କ୍ରୋଧର ରାବଣ
ସବୁ ହରି ନେଇ ଚଳେ||
କ୍ରୋଧକୁ ଆୟତ୍ତେ ରଖିଥିବ ଯେବେ
ବିପଦ ଦୂରେଇ ଯିବ
ନିଜର ସମ୍ମାନ ସବୁ ସୁସମ୍ପର୍କ
ଅତୁଟ ହୋଇ ରହିବ||
ତେଣୁ ତୁମେ ନିଜ କ୍ରୋଧକୁ ଆୟତ୍ତେ
ରଖିବାକୁ ଶିଖ ଭାଇ
କ୍ରୋଧକୁ ଜିଣିଲେ ସବୁ ଅଘଟଣ
ଅଚିରେ ଯିବ ଦୂରେଇ||
କ୍ରୋଧେ କିଛି କାର୍ଯ୍ଯ କରିବା ଆଗରୁ
ଥରେ ହେଲେ ଭାବି ଦେଖ
ଯାହା କରୁଅଛ ଠିକ୍ ଅବା ଭୁଲ୍
ଥରଟେ ପରଖି ଦେଖ||
କାରଣ ପ୍ରତିଟି ରାଗର ପ୍ରଭାବେ
ତୁମେ କରୁଥିବା କାର୍ଯ୍ଯ
ତୁମ ଜୀବନରୁ କିଛି ନା କିଛି ସେ
ନେଇଯିବା ଅନିବାର୍ଯ୍ଯ ||
