STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

ନାରୀ ସଶକ୍ତିକରଣ

ନାରୀ ସଶକ୍ତିକରଣ

1 min
249


ପ୍ରଦୀପର ଶିଖା       ନିଜେ ଜଳୁଥାଏ

     ତମସା  କରିଣ  ଦୂର

ନାରୀଟିଏ  ନିତି       ନିଜକୁ ଜଳାଇ

     ସୁଖେ ରଖେ ପରିବାର||


ସଭିଙ୍କର ସବୁ       କଥା ବୁଝେ ସିଏ

     ତା'କଥା ବୁଝେନି କେହି

ସବୁ ଭୁଲପାଇଁ       ଦୋଷ ମୁଣ୍ଡାଏ ସେ

       ନିନ୍ଦା ଅପବାଦ ସହି||


ନାରୀର ଭୂମିକା      ସଂସାର ଭିତରେ

       ଜନନୀ ଭଗିନୀ ଜାୟା

ଭିନ୍ନ ଭୂମିକାରେ      ଅଭିନୟ କରି

    ଯୋଡିଦିଏ  ମୋହମାୟା||


ଲମ୍ପଟ ମଣିଷ      ବୁଝି ପାରେନାହିଁ

     ନାରୀର ଅତୁଲ୍ୟ ଦାନ

ନାନା ପରକାରେ     ନିର୍ଯ୍ୟାତନା ଦେଇ

     କରେ ତାକୁ ହୀନିମାନ||


ଆଜିର ସମୟ       ନାରୀ ଶଶକ୍ତିର

      ଜାଗ୍ରତ ହୁଅ ହେ ତୁମେ

ତୁମ ଅଧିକାର        ସାବ୍ୟସ୍ତ କରିଣ

       ପ୍ରତିଷ୍ଠିତ ହୁଅ ତୁମେ||


ସଳିତା ହୋଇଣ      ଜଳୁଅଛ  ନିଜେ

     ଶତୃକୁ ଜଳାଇ ଦିଅ

ମହିଷାମର୍ଦ୍ଦିନୀ       ରୂପ ବହି ତୁମେ

      ଅନ୍ୟାୟ ଦୂରେଇ ଦିଅ||



Rate this content
Log in

Similar oriya poem from Inspirational