STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

କୁଲି ବାରିଷ୍ଟର ଗାନ୍ଧୀ

କୁଲି ବାରିଷ୍ଟର ଗାନ୍ଧୀ

1 min
262


ଅଠର ଶହ ତେୟାନବେ ମସିହାରେ

 ଅବଦୁଲ୍ଲାଙ୍କ ମୋକଦ୍ଦମା ଲଢିବାପାଇଁ

ତେଇଶ ବର୍ଷୀୟ ଗାନ୍ଧିଜୀ

ସାଉଥ୍ ଆଫ୍ରିକା ପହଞ୍ଚିଲେ ଯାଇ ||


ସେଠାରେ ଦେଖିଲେ କଳା ଗୋରା ଭେଦ

ଖଟିଖିଆ ମେହନତି ମଣିଷର ଅସୁମାରୀ ପ୍ରମାଦ

କଳାଗୋରା କଲେ ମଧ୍ୟ ଏକା କାମ

ମଜୁରୀରେ କିନ୍ତୁ ବହୁ ତାରତମ୍ୟ ଅନେକ ପ୍ରଭେଦ||


ଗୋରା ଲୋକଙ୍କ ଘର ସାମନା ଦେଇ ଚାଲିଗଲେ ବୋଲି

ତାଙ୍କୁ ଗୋରାଲୋକେ ନଳାକୁ ଫୋପାଡି ଦେଲେ

ପ୍ରଥମ ଶ୍ରେଣୀର ଟିକେଟ ଥାଇ ବି ତଳେ ବସିବାକୁ କହିଲେ

ଗୋରା ଲୋକ ସଙ୍ଗେ ବସିପାରିବନି

 ଚାଳକ ପାଖରେ ତଳେ ବସିବାକୁ କହିଲେ

ତଳେ ବସିବାକୁ ମନା କରିବାରୁ ଟ୍ରେନରୁ ଓହ୍ଲାଇ ଦେଲେ||


ଆଉ ଦିନେ ଗାନ୍ଧୀ ଟିକେଟ ଥାଇବି

ବର୍ଣ୍ଣ ବୈଷମ୍ୟ ଭେଦଭାବର ଶିକାର ହେଲେ

ନିଜ ଅଧିକାର ବିଷୟ କହନ୍ତେ ଟ୍ରେନରୁ ଫୋପାଡିଦେଲେ||


ସେହିଠାରେ ଗାନ୍ଧୀ ନିଜ ମନେ ମନେ

 ଗୋରା ଶାସକଙ୍କ ଅତ୍ୟାଚାର କଥା ଭାବିଲେ

ସେହି ଦିନ ସିଏ ନିଜ ମନେ ମନେ ଦୃଢ ଶପଥ ନେଲେ

ତମେ ମୋତେ ଟ୍ରେନବାହାରକୁ ଫିଙ୍ଗିଛ

ଦିନେ ମୁଁ ତୁମକୁ ମୋ ଦେଶ ବାହାରେ ଫିଙ୍ଗିବି ଭଲେ||


ରସ୍କିନଙ୍କର 'ଅନ୍ ଟୁ ଦିସ୍ ଲାଷ୍ଟ' ପଢନ୍ତେ  

ଗାନ୍ଧିଜୀ ମନରେ ନୂଆ ଉନ୍ମାଦନା  ଆଣିଲେ

ବର୍ଣ୍ଣ ବୈଷମ୍ୟ ବିରୁଦ୍ଧେ ଲଢିଣ

ଅବହେଳିତର ସମାନ ଅଧିକାର ପାଇଁ ଓକିଲାତି କଲେ

ସତ୍ୟାଗ୍ରହ ନାମେ ଆନ୍ଦୋଳନରେ

ନୂତନ ଅସ୍ତ୍ର ପ୍ରୟୋଗ ଆରମ୍ଭ କଲେ ||


କଳା ବୋଲି କହି ଗୋରା ଓକିଲ 

ତାଙ୍କୁ ପୃଥକ୍ ବସିବାକୁ ବାଧ୍ୟକଲେ

ଭାରତୀୟ ଶ୍ରମିକଙ୍କ ଅଧିକାର ପାଇଁ

ଲଢୁଛନ୍ତି ବୋଲି କୁଲି ବାରିଷ୍ଟର କହିଲେ||


ଗୋରା ବାରିକ ଚୁଟି ନ କାଟନ୍ତେ

ନିଜ ଚୁଟି ନିଜ ହାତେ ନିଜେ କାଟିଲେ

ସତ୍ୟ ଅହିଂସାର ନୂତନ ଅସ୍ତ୍ରର 

ପ୍ରୟୋଗଶାଳା ସାଉଥ ଆଫ୍ରିକାକୁ କଲେ ||


ଅହିଂସା ପୂଜାରୀ ସାଜିଣ ସେଠାରେ

ଆଫ୍ରିକୀୟ ଭାରତୀୟ କଂଗ୍ରେସ ଗଢିଲେ

ବର୍ଣ୍ଣ ବୈଷମ୍ୟର ଦୁର୍ଗ ଭେଦିଣ

ସତ୍ୟାଗ୍ରହ ବଳେ ନ୍ୟାଯ୍ୟ ଅଧିକାର ସାବ୍ୟସ୍ତ କଲେ||


ସାଉଥ୍ ଆଫ୍ରିକା ମହାତ୍ମା ଗାନ୍ଧୀଙ୍କ

ସତ୍ୟ ଅହିଂସା ସତ୍ୟାଗ୍ରହର ଆଦ୍ୟ ପ୍ରୟୋଗଶାଳା

ସେହି ଅନୁଭବ  ଆଗକୁ ତାହାଙ୍କୁ

କୁଲି ବାରିଷ୍ଟରରୁ ନେଇଣ ମହାତ୍ମା ଗାନ୍ଧୀ କଲା ||


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational