STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ରାସ୍ତା ଓ ଯାତ୍ରା

ରାସ୍ତା ଓ ଯାତ୍ରା

1 min
253


ଅନେକ ଯାତ୍ରାର ମୁଖସାକ୍ଷୀ

ଏ ନିରବ ରାସ୍ତା

କେବେ ଉଠାଣି ଗଡାଣି

କେବେ ନାକ ସିଧା ତ କେବେ ଅଙ୍କାବଙ୍କା ।।


ଥକି ଗଲେ ଯାତ୍ରା ବିରତିରେ

ରାସ୍ତାର ବାମ କି ଡାହାଣ ପଟେ

ପୁରୁଣା ରଙ୍ଗଛଡା ପାନ୍ଥଶାଳା ଚାରି କାନ୍ଥ

ନଖ ଦାଗରେ ବିଦୀର୍ଣ୍ଣ

ନାଆଁ କେତେଟା ଲେଖା,

ଅବା ଗହଳ କି ପତ୍ର ଝଡା ଗଛର ସାହାରା

ନିଦାଘ, ବର୍ଷା କି ଶୀତ କାକର ।।


ରାସ୍ତା କେବେ ଖୁବ୍ ଚିହ୍ନା କି ଅଚିହ୍ନା

ସ୍ଵପ୍ନ ଆଉ ପ୍ରେମ ଭଳି କେବେ ଇତସ୍ତତଃ

ମାଟି ରାସ୍ତା ଧାରେ ଶଗଡ଼ ସରି ।।


ମନ ଲୋଭା ଜୀବନର ପୁନରାବୃତ୍ତି

ଓଢ଼ଣା ତଳୁ ଯେବେ ଦିଶି ଯାଏ

ୟାଙ୍କ ମୁହଁ, ମନ ହଜି ଯାଏ ପୁଣି

ସେଇ ରାସ୍ତା ଯାହା 

ମାେ ହୃଦୟ ସହ ତୁମ ହୃଦୟକୁ ଯୋଡିଛି ।।


ଯେବେ ସେଇ କଳା ମଚ ମଚ ରାସ୍ତାରେ

ମୋଟର ଗାଡ଼ିରେ

ସହରୀ ବାବୁ ଆସେ ତାଙ୍କ ସହରୀ ବାସ୍ନାରେ

ଯେମିତି ଘର ପୁରି ଯାଏ

ମହ ମହ ଫୁଲ ଭର୍ତ୍ତି ଖୁସିର ପସରା ।।


ଲୁଚି ଲୁଚି ଯେବେ ଦେଖି ଦିଏ ମୁହଁ

ସ୍ମୃତି ବହି ଯାଏ ଲୁହ ଦି ଧାର ହେଇ

ରାସ୍ତା ମାେ ଘର ଦରଜାରେ ନିରବି ଯାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational