ଅବକ୍ଷୟ ପ୍ରକୃତି
ଅବକ୍ଷୟ ପ୍ରକୃତି
ସବୁଜିମା ଭରା ଶ୍ଯାମଳ ବନାନୀ
ପାହାଡ ନଦୀ ଝରଣା
ହସିଲେ ପ୍ରକୃତି ହସେ ପରିବେଶ
ଶୋଭା ତାର ମନଜିଣା ।
ହଜିଗଲା ତାର ଅମୃତର ହସ
ପ୍ରଦୂଷିତ ସାରା ବିଶ୍ବ
ପରିବେଶ ଆମ ଅବକ୍ଷୟ ହେଲା
ବିଷାଦ ହେଲା ଆକାଶ ।
ନୈରାଶ ଭରିଲା ସମ୍ଭାବନା ମନେ
ରଚିଲା କ୍ରୁର ତାଣ୍ଡବ
ବାତ୍ଯା, ବନ୍ଯା,ଆଉ ମହାମାରୀ ରୂପେ
ଦେଖାଇଲା ଅବୟବ ।
ପ୍ରକୃତି ବିରୁଦ୍ଧେ ଏ ମୂର୍ଖ ମାନବ
ଅରଣ୍ଯ କୁ କରି ନାଶ
ନିଜ ସ୍ବାର୍ଥ ପାଇଁ ବିଦୀର୍ଣ୍ଣ କରିକି
ନିଶ୍ବାସରେ ନିଏ ବିଷ ।
ଅସହାୟ ହେଲା ସବୁଜ ପ୍ରାନ୍ତର
ଅସ୍ତବ୍ଯସ୍ତ ସର୍ବ ପ୍ରାଣୀ
ଅସହ୍ୟ ତାତିରେ ଜଳିପୋଡି ଯାଏ
ନ ମିଳେ ମୁନ୍ଦାଏ ପାଣି ।
ସଭ୍ୟତା ବିକାଶ ଘଟିବା ସହିତ
ବିପର୍ଯ୍ୟସ୍ତ ପରିବେଶ
ନିଜର ଧ୍ବଂସକୁ ଡାକିଆଣୁ ନିଜେ
ସବୁଜିମା କରି ହ୍ରାସ ।
ପ୍ରକୃତି ଓ ପରିବେଶର ସୁରକ୍ଷା
ଏକାନ୍ତ ଯେ ଦରକାର
ତା ହେଲେ ସମାଜ ହୋଇବ ଆମର
ସ୍ବଚ୍ଛ ,ସରସ, ସୁନ୍ଦର ।
ସଚେତନ ହୋଇ ସତର୍କ ରହିକି
ବୃକ୍ଷ ରୋପଣ କରିବା
ପରିବେଶଟିକୁ ଦୂଷିତ ନକରି
ରୋଗ ବୃଦ୍ଧି ନ କରିବା ।
ସୁସ୍ଥ ପରିବେଶ,ଶୁଦ୍ଧପୂତ ଭାବ
ଝକୃତ ଯେ ବନଭୂମି
ପ୍ରକୃତି ସହିତ ପବିତ୍ର ସଂପର୍କ
(ନଯାଉ)ମଣିଷ ମନରେ କମି ।
