STORYMIRROR

SUSMITA MISHRA

Inspirational

3  

SUSMITA MISHRA

Inspirational

ବଞ୍ଚିବା ଖୋଲି,ନିଜକୁ କରି ସମ୍ମାନ

ବଞ୍ଚିବା ଖୋଲି,ନିଜକୁ କରି ସମ୍ମାନ

2 mins
148


ଦିନେ ଶୀତୁଆ ସନ୍ଧ୍ୟାରେ ପତି ସହ,

      ବୁଲି ବାହାରିଲୁ,

ଛକରେ ପହଞ୍ଚିଲା ପରେ ପରେ,

      ଚା ପାଇଁ ଇଚ୍ଛା ଯେ କଲୁ।


ଚା ପାନ ନିମନ୍ତେ ଗଲୁ ଚା ଦୋକାନ,

ଭେଟ ହେଲା ସେଠି ଏକ ପୁରୁଣା ବନ୍ଧୁଜନ,

ଦେଖି ମତେ ସିଏ କହିଲେ,

   ଆଜିକାଲି ତ ଭାରି ସୁନ୍ଦର ଦିଶୁଛ,

ସୋସିଏଲ ମିଡିଆ ରେ ତ,

   ଭାରି ମସ୍ତି ମାରୁଛ,ମସ୍ତି ମାରୁଛ।


ତାଙ୍କ କଥା ଶୁଣି ଟିକେ ହସି ମୁଁ ଦେଲି,

ହେଲେ ଆପଣ କାହିଁକି ଏତେ ନିରସ,

   ଦିଶିଛନ୍ତି କହିଲି।

କେତେ ସୁନ୍ଦର ଆପଣଙ୍କ ଚନ୍ଦ୍ର ବଦନ,

ତା ଉପରେ କଥା କୁହା ଦୁଇ ନୟନ,

ହେଲେ କାହିଁକି ମୁହଁରେ ନାହିଁ ହରଷ,

ଚମକୁ ନାହିଁ ଆପଣଙ୍କ ସୁନେଲି ହସ ?


ମୋ କଥା ଶୁଣି ସେ ଏକ ଫିକା ହସ ହସିଲେ,

ଦୁଃଖିତ ମନରେ ନିରସ ହୋଇ କହିଲେ,

ବୟସ ଗଡ଼ି ଗଡ଼ି ଯାଉଛି,

   ଯୌବନ ସରି ସରି ଆସୁଛି,

ଝଡ଼ି ଗଲାଣି ସବୁ ତ ବାଳ,

  ଝୁରି ଯାଉଛି ମୋର ଏ ଛାଲ।


ସରି ଆସୁଛି ଜୀଵନ,

   ଆଗକୁ ଲାଗୁଛି ଡର,

କେମିତି ହସିବି କୁହତ,

   ଜୀଵନ ଟା ଲାଗୁଛି ଅନ୍ଧାର।


ବାର୍ଦ୍ଧକ୍ୟ ମାଡ଼ି ମାଡ଼ି ଆସୁଛି,

  ତା ଉପରେ ଦାୟିତ୍ୱ ଘରର,

ତା ଉପରେ ଚନ୍ଦିଆ ମୁଣ୍ଡ ମୋର,

  ଲାଜ ଲାଗୁଛି, ଭାରି ଅସୁନ୍ଦର।


ଜୋରରେ ହସିଲି ଶୁଣି କଥା ବନ୍ଧୁର,

 କହିଲି ଏତିକି ଛୋଟ କଥା ମାତର,

ଏଥିପାଇଁ ଚନ୍ଦ୍ର ବଦନ ଦିଶୁଛି ବିରସ,

ଜୀବନକୁ ଖୋଲି ବଞ୍ଚୁନ ହୋଇ ହରଷ,

ଏବେ ତୁମକୁ ମାତ୍ର ଷାଠିଏ ବୟସ,

ଏବେ ବି ଅଛି ଆପଣଙ୍କ ରକ୍ତ ଗରମ,

ଏବେ ବି ଆଖିରେ ଅଛି ଚମ୍ବକୀୟ ଆକର୍ଷଣ,

ଏବେ ବି ସୁଢଳ ସୁଗଠିତ ଶରୀର ତୁମ,

ଚନ୍ଦା ମୁଣ୍ଡ ହେଲେ ବି ଚେହେରା ତୁମ୍ଭର,

ଝଟକୁଛି ପୂଣ୍ଣିମା ତୋଫା ଚନ୍ଦ୍ରମା ସମ।


କାହିଁ ଦୁର୍ବଳ କରୁଛ ନିଜର ମନ,

  କାହାର କେବେ ରହିଛି କି ରହିବ

ଏ ସଂସାରେ ଧନ ଜୀଵନ ଯୌବନ,

  କାହିଁକି କରୁଛନ୍ତି ମନକୁ ହୀନ,

ଆରେ ଆମେ ଆସିଛୁ ଏଠି ହୋଇ ମେହମାନ,

ତେଣୁ ବଞ୍ଚିବା ଖୋଲି ,ନଜକୁ କରି ସମ୍ମାନ,

ଏଠି ଦୁଃଖ ସୁଖ ତ ହୋଇଥାଏ ଦୁଇ ଦିନର,

ଇୟେ ଆସୁଥାଏ ଯାଉଥାଏ ଚିର ନିରନ୍ତର,

ଏମିତି ବି ଆମେ ରହିବା କଣ ଏଠି ହୋଇ ଅମର,

କାହିଁକି ଭାବୁଛ ଏତିକି ବନ୍ଧୁ ମୋହର।


ସବୁ ଦୁଖଃ ସୁଖ ଭଗବାନଙ୍କ ଠାରେ ଛାଡିଦିଅ,

ଯେତେ ଦିନ ବଞ୍ଚିବା ମନ ଖୋଲି ହୋଇ ବିନ୍ଦାସ,

ନିଜକୁ ହସ ଖୁସିରେ ବନ୍ଧୁ ବଞ୍ଚିବାକୁ ଦିଅ ,

ବହୁ ବର୍ଷ ଅନ୍ୟ ଖୁସି ପାଇଁ ନିଜକୁ ସମର୍ପଣ କଲା,

ଅନ୍ୟ ପାଇଁ ନିଜକୁ ସବୁବେଳେ ଜଳାଞ୍ଜଳି ଦେଲା ,

ଆଜି ବି ଅନ୍ୟ ଖୁସି ପାଇଁ କାମ ତ କରିବା,

ହେଲେ ନିଜ ପାଇଁ ମଧ୍ୟ କିଛି କ୍ଷଣ ଭାବିବା,

ଆଉ କିଛି ଦିନ ରହିଲା ଆୟୁଷ ଆମ୍ଭର,

ସେ ପାଇଁ ବଞ୍ଚିବା ହୋଇ ସରସ ସୁନ୍ଦର।


ଗ୍ଲାନି ଯେତେ ଦୂର ହେଲା ମୋର ବନ୍ଧୁର,

କହିଲେ ବୟସରେ ଛୋଟ ହୋଇ ବି,

ମୋ ମନର ଶଂଶୟ କରିଲ ଯେ ଦୁର,

ତୁମ ପରି ସବୁ ଦୁଃଖ ସୁଖ କୁ ମୁଁ ବି ପିଠିରେ ପକାଇ ଦେବି,

ତୁମ ପରି ଦୁଃଖ କୁ ସୁଖର ବାର୍ତ୍ତା ଭାବି,ଦୁଃଖ କୁ ଉପଭୋଗ କରିବି,

ଦୁହେଁ ଖୁସିରେ ରହିବା ପାଇଁ ପ୍ରତିଜ୍ଞା କରି,ଜୋରରେ ହସିଲୁ,

ହସ ଖୁସିରେ ବାର୍ତ୍ତା ରେ ସନ୍ଧ୍ୟା ବିତାଇ,

ବନ୍ଧୁକୁ ହସିକି ବାଏ ବାଏ କରି ମୁହିଁ,

ହସ ଖୁସିରେ ପତି ସହ ଘରକୁ ଫେରିଲୁ,ଘରକୁ ଫେରିଲୁ।



Rate this content
Log in

Similar oriya poem from Inspirational