STORYMIRROR

SUSMITA MISHRA

Classics

3  

SUSMITA MISHRA

Classics

ହରିହରେଶ୍ଵର

ହରିହରେଶ୍ଵର

1 min
147


ହରି ହର ଦିହେଁ ପରମ ଈଶ୍ୱର ,

ଦିହେଁ ଦିହିଁଙ୍କ ପରମ ମିତର,

ହରର ଇଷ୍ଟ ଯେ ହରି ,

   ହରିର ଇଷ୍ଟ ଯେ ହର ,

ସେ ଦିହେଁ ହରିହରେଶ୍ଵର ,

ହରି ହର ଦିହେଁ ଜଗଧୀଶ୍ଵର ।

ହରି ପାଳନ କରେ ସଂସାର ,

ସଂସାର ତାରଣ କରେ ଯେ ହର,

ଜଣେ ଯେ ରକ୍ଷାକରତା ,

ଜଣେ ଯେ ମହାକାଳେଶ୍ୱର ,

ସେ ଦିହେଁ ହରିହରେଶ୍ଵର ,

ହରି ହର ଦିହେଁ ଜଗଧୀଶ୍ଵର ।

ଜଣେ ମୋହିନୀ ରୂପ ଧରଇ ,

ଦେବତାଙ୍କୁ ଯେ ଅମୃତ ବାଣ୍ଟଇ,

ଜଣେ ହଲାହଳ ବିଷ ପିଅଇ ,

ସାରା ଜଗତକୁ ସେ ଯେ ବଞ୍ଚାଇ,

ହୋଇ ନିଲକଣ୍ଠେଶ୍ୱର ,

  ସେ ଯେ ମଙ୍ଗଳେଶ୍ୱର ,

ରକ୍ଷା କରେ ସାରା ସଂସାର ,

ସେ ଦିହେଁ ହରିହରେଶ୍ଵର ,

ହରି ହର ଦିହେଁ ଜଗଧୀଶ୍ଵର ।

ଜଣେ ତପେ, ବର ଦିଅଇ ,

ଦୁଃଖ ଦେଇ ପରୀକ୍ଷା ଯେ ସେ କରଇ ,

ସେହି ଦୁଃଖକୁ ଯିଏ ସହି ପାରିଇ ,

ପରୀକ୍ଷା ରେ ସେ ଉତ୍ତୀର୍ଣ୍ଣ ହୁଅଇ,

ସମସ୍ୟା ସମାଧାନ ସିଏ ଲଭଇ,

ଜଣେ ଭୋଲ ହୋଇ ବର ଦିଅଇ ,

ନିଜେ ଦୁଃଖେ ରହି ସୁଖ ବାଣ୍ଟଇ,

ପାଖେ ନିଜ କିଛି ନିଜେ ନ ରଖି ,

ହୋଇ ସେ ଯେ କଲ୍ୟାଣେଶ୍ୱର ,

ସଭିଙ୍କ କଲ୍ୟାଣ ଯେ ଯେ କରଇ,

ହରି ହର ପରମ ଈଶ୍ୱର ,

ଦିହେଁ ଦିହିଁଙ୍କ ପରମ ମିତର ,

ସେ ଦିହେଁ ହରି ହରେଶ୍ୱର ,

ହରି ହର ଦିହେଁ ଜଗଧୀଶ୍ଵର ।

କାର୍ତ୍ତିକ ମାସେ ଯେ ପୂଜେ ହରିହର ,

ପାପ କଟିଯାଇ ପୂଣ୍ଯ ହୁଏ ତାହାର,

ଚତୁର୍ବଗ ଫଳ ପାଇ ସିଏ ପାଏ,

ମରଣାନ୍ତେ ବୈକୁଣ୍ଠ ପୁର ବୈକୁଣ୍ଠ ପୁର,

କୃପା କରନ୍ତି ତାହାକୁ ହରିହରେଶ୍ଵର ,

ସେ ଦିହେଁ ଅଟନ୍ତି ପରମ ଇଶ୍ଵର,

ଦିହେଁ ଦିହିଁଙ୍କର ପରମ ମିତର ପରମ ମିତର,

ଜୟ ଜୟ ହରିହରେଶ୍ଵର,

ଜୟ ଜୟ ପ୍ରଭୁ କୃପାସାଗର,

ସଂସାର ରୁ ଦୁଃଖ ହରଣ କର,

ସଭିଙ୍କୁ ବାରେ କୃପା ଯେ କର,

ହେ ହରିହରେଶ୍ଵର ହେ ହରିହରେଶ୍ଵର,

ଏତିକି ଅଳି ମୋର ପ୍ରଭୁ ପୂରଣ କର।

 ଜୟ ପ୍ରଭୁ ହରିହରେଶ୍ୱର

    ସୁପ୍ରଭାତ ବନ୍ଧୁଗଣ ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics