STORYMIRROR

Chittaranjan Parida

Classics

3  

Chittaranjan Parida

Classics

ହୋଲି

ହୋଲି

1 min
11.6K

ଆଜି ଆସିଛି ହୋଲି ଆସିଛି ହୋଲି

ସୁଖକୁ ନେଇ ପ୍ରୀତିକୁ ନେଇ

        ଆସିଛି ହୋଲି ଆସିଛି ହୋଲି ।

ପ୍ରେମ ରଙ୍ଗରେ ସେ ଦେବ ଗାଧୋଇ

ପିଲା ଠାରୁ ବୁଢ଼ା ହୋଇବେ ବାଇ

ଉଚ୍ଚ ନୀଚ୍ଚ ଭେଦ ମନେ ନ ଥିବ

ଜାତିପ୍ରଥା ଠାରୁ ଦୂରେଇ ଦେବ

     ଏକତାକୁ ନେଇ ଆସିଛି ହୋଲି-----

ରାଗ ରୋଷକୁ ପଛକୁ ପକାଇ

ପ୍ରୀତିର ଦୀପକୁ ଦେବ ଜଳାଇ

ରଙ୍ଗ ଅବିରର ପସରା ନେଇ

ଆମ ପରମ୍ପରା ମନେ ପକାଇ

     ବନ୍ଧୁତ୍ଵକୁ ନେଇ ଆସିଛି ହୋଲି-----

ସ୍ମୃତି ଭଣ୍ଡାରକୁ ମନେ ଜଗାଇ

ଦୁଖଃ ବେଦନାକୁ ପାଦେ ଆଡେ଼ଇ

ମିଠାର ପସରା ଦେବ ମେଲେଇ

ଭାବ ଦିଆ ନିଆ ଦେବ ଶିଖେଇ

    ମିଳନ ସଙ୍ଗୀତେ ଆସିଛି ହୋଲି------

ଗୀତ ନାଚରେ ସଭିଙ୍କୁ ମଜାଇ

ପିଲାଙ୍କ ମନରେ ଆନନ୍ଦ ଥୋଇ

ପୁରୁଷମାନଙ୍କୁ ଭାଙ୍ଗ ଖୁଆଇ

ଗୁରୁଜନଠୁ ଆଶିର୍ବାଦ ନେଇ

     ଖୁସି ବାଣ୍ଟିବାକୁ ଆସିଛି ହୋଲି------।

         

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics