STORYMIRROR

Chittaranjan Parida

Others

3  

Chittaranjan Parida

Others

ହାଟ

ହାଟ

1 min
245

ଗାଁ ମୁଣ୍ଡରେ ବରଗଛ ପଡିଆ

ନଦୀକୂଳରେ ବିସ୍ତୀର୍ଣ୍ଣ ପ୍ରାନ୍ତର

ପୋଖରୀ କଡରେ ଖୋଲା ପଡିଆ

ସପ୍ତାହରେ ଦୁଇଦିନ

କୋଳାହଳମୟ ହୋଇ ଉଠେ

ପାର୍ଥିବ ଜୀଵନର ଅତ୍ୟାବଶ୍ୟକ

ପଦାର୍ଥର ବିପଣନ ଚାଲେ

ଯେଉଁଠି ଅର୍ଥ ବିନିମୟରେ

କ୍ରେତା କିଣେ ବିକ୍ରେତା ବିକ୍ରି କରେ

ସମୟ ନିର୍ଘଣ୍ଟରେ ଚଳଚଞ୍ଚଳ

ପରେ ଶୂନଶାନ୍

ହାଟ।----

ଏମିତି ହାଟ

ଯେଉଁଠି ଦଲାଲ୍ ମାଲିକ ସହ ମୁଲଚାଲ୍ କରେ

ଆଉ ମଣିଷଟିଏ ବିକ୍ରି ହୋଇଯାଏ

ମୂଲ୍ୟଠାରୁ ଢେର୍ କମରେ

ବଞ୍ଚିବାର ସ୍ଵାଧୀନତା ହରାଇବସେ

ବନିଯାଏ କ୍ରୀତଦାସ

ଆଜିର ଦିନରେ ଦାଦନ

ମଣିଷହାଟରେ ।

ଗାଁର ଅନ୍ଧାରଗଳି,ଚାଳିଆଘର

ସହରର ଷ୍ଟେସନ କଡ଼

ରେଡ୍ ଲାଇଟ୍ ଅଞ୍ଚଳ

ଚିକ୍-ମିକ୍ ଆଲୁଅର ବର୍ଣ୍ଣ।ଳୀରେ

ଝଲସି ଉଠୁଥିବା ସୁରମ୍ୟ ଅଟ୍ଟାଳିକାର

ବିଳାସମୟ କୋଠରୀରେ

ପେଟର ଭୋକ ପାଇଁ

ଫୁଙ୍ଗୁଳା ଦେହରୁ ବିକୁଥାଏ

ପରସ୍ତ ପରସ୍ତ ମା°ସ

ଦେହହାଟରେ।

ହତ୍ୟା ପାଇଁ ମୂଲ୍-ଚାଲ୍ ହୁଏ

ଛିଡିଯାଏ ମୋଟା ଅଙ୍କରେ

ଅନ୍ୟାୟ ଅନୀତିର ବିକ୍ରିବଟା ହୁଏ

ନିରୀହର ମୁଣ୍ଡ ଗଡେ

ସୁପାରୀହାଟରେ।

ମିଛ ବିନିମୟରେ ପାପର ସଉଦା

ସତ୍ୟ,ସେବା ବିନିମୟେ ଧର୍ମ

ଇନ୍ଦ୍ରିୟ ପାଞ୍ଚଟି କ୍ରେତା ସାଜିଥାନ୍ତି

ମନ କରେ ମୂଲଚାଲ

ବାଟ ସରିଗଲେ ପାଦ ରହିଯାଏ

ହାଟ ସରିଗଲେ ଘର ବାହୁଡା

ସ°ସାର ହାଟଟି ଦୁଇ ଦିନିଆ ଲୋ

ଜନ୍ମ ମୃତ୍ୟୁ ମଧ୍ୟେ ଛିଡ଼ା।

      


Rate this content
Log in