STORYMIRROR

Chittaranjan Parida

Others

2  

Chittaranjan Parida

Others

ରହସ୍ୟ

ରହସ୍ୟ

1 min
172

ବହୁଛିରେ ବହୁଛିରେ

ଦିନ ନାହିଁ ରାତି ନାହିଁ

କେବେ ଥକି ପଡେ ନାହିଁ

ବହୁଛି ସେ ଅବନା ବହୁଛିରେ।0।

ଆଗକୁ ବହେ ଯେତିକି

ପଛକୁ ଫେରେ ସେତିକି

ଦୁଇ ଧାରା ହୋଇ ଝରେ

ମିଶି ଚବିଶ ଅଙ୍କରେ

ଆଗକୁ ତେର ଗମିଲେ

ପଛକୁ ନଫେରେ ଭଲେ

ଅବୁଝା ପାଠକୁ ମନ ହେଜିବୁରେ।1।

ଦିବାରାତ୍ର ଏକ ହୋଇ

ସୂର୍ଯ୍ୟ ଚନ୍ଦ୍ର ଯେ ଦିଶଇ

ଚନ୍ଦ୍ର ଉଦେ ଉତ୍ତରରେ

ରବି ଉଦେ ଦକ୍ଷିଣରେ

ପୂର୍ଣ୍ଣଚନ୍ଦ୍ର ସାତଦିନ

ରହିଲେ ଯିବ ଜୀବନ

ହେତୁ କରିଲେ ପ୍ରାଣ ଜିତିବୁରେ।2।

ଚନ୍ଦ୍ର ରବି ଫେଣ୍ଟା ଫେଣ୍ଟି

କରିଲେ ହୋଇବୁ ଖାଣ୍ଟି

ସୂର୍ଯ୍ୟରେ ଖାଇବୁ ଯାଇ

ଚନ୍ଦ୍ରରେ ପଡିବୁ ଶୋଇ

ଦକ୍ଷିଣେ କଲେ ସ୍ନାହାନ 

ରୋଗ ନ ଆସଇ ଜାଣ

ଏ ରହସ୍ୟକୁ ମନ ବୁଝିବୁରେ।3।

ଦିବାକର ଶଶୀ ମିଶି

ଶୁଷ୍ମୁନା ବେଶ୍ୟାକୁ ରସି

ମିଶି କଲେ ସହ ବାସ

ହୋଇବେ ଶିବ ସନ୍ତୋଷ

ମିଶିବେ ଜୀବ ପରମ

ସଦା ଖୋଜେ ଏ ଅଧମ

ଛନ୍ଦ ବୁଝିଲେ ତାଙ୍କୁ ଭେଟିବୁରେ।4।


Rate this content
Log in