STORYMIRROR

Chittaranjan Parida

Inspirational

4  

Chittaranjan Parida

Inspirational

ସଫଳତା

ସଫଳତା

1 min
262

ଏମିତି ସେ ଫଳ ସମସ୍ତେ ଲୋଡନ୍ତି 

ଲକ୍ଷ୍ୟଥାଏ ପାଇବାରେ,

କର୍ମଯୋଗୀ ପାଏ ହାତ ପାଆନ୍ତାରେ

ଅକର୍ମାଠୁ ବହୁ ଦୂରେ।

ନିଜ ଲକ୍ଷ୍ୟସ୍ଥଳେ ପହଞ୍ଚି ଯାଏ ଯେ

ସେ ହୋଇଥାଏ ସଫଳ,

ଯିଏ ପାରେନାହିଁ ପଛେ ରହିଯାଏ

ସେ ପରା ହୁଏ ବିଫଳ।

ବିଫଳ ହୋଇଣ ଭାଗ୍ୟକୁ ନିନ୍ଦଇ

ନଥାଏ ଆତ୍ମବିଶ୍ବାସ,

ଦୃଢ ମନୋବଳେ ଆଲେକଜାଣ୍ଡାର

ବିଶ୍ବବିଜୟୀ ନରେଶ।

ବିଫଳତା ଥିଲେ ସଫଳତା ଅଛି

ଅନ୍ଧାର ଥିଲେ ଆଲୋକ,

ବିଫଳ କାରଣ କଲେ ସମାଧାନ

ଆନନ୍ଦ ଜୀବନଯାକ।

ବିଫଳ ହୋଇଣ ହତୋତ୍ସାହ ହେଲେ

ମନୋବଳ ଭାଙ୍ଗିଯାଏ,

କରି ମନ ଦୃଢ଼ ଚେଷ୍ଟା ଅବିରତ

ଲକ୍ଷ୍ୟପଥେ ଟାଣିନିଏ।

ଭାଗ୍ୟକୁ ଆଦରି ଯେଉଁ ନରନାରୀ

କର୍ମକୁ ପାଶୋରି ଦିଏ,

ଅସମ୍ଭବ ବୋଲି ଭାବନାରେ ଆଣେ

ସଫଳ ହୁଏନା ସିଏ।

ଅଧ୍ୟବସାୟ ଓ ନିଷ୍ଠାପର କର୍ମ

ସଙ୍ଗେ ଦୃଢ଼ ଆତ୍ମବଳ,

ଚେଷ୍ଟା ବାରମ୍ବାର ଅନୁରକ୍ତି ଥିଲେ

ହେବ ସେ ନିଶ୍ଚେ ସଫଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational