STORYMIRROR

Chittaranjan Parida

Others

3  

Chittaranjan Parida

Others

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
276

ମନର ମାନସୀ ମାନସାଙ୍କ ଦେଇ

ମୋଠାରୁ ଦୂରେଇ ଗଲ,

ଅଙ୍କର ଅଙ୍କରେ ଛନ୍ଦାଛନ୍ଦି କରି

କଷିବାକୁ କହିଗଲ।

ଏକ'ର ସହିତେ ଏକକୁ ଫେଡିଲି

ତୁମର ରହିଲା ଦୁଇ,

ହରଣ ଗୁଣନ ଖନ୍ଦା ଭୁଲିଯାଇ

ମିଶା ଫେଡାଣରେ ବାଇ।

ମୋତେ ମୁଁ'ରେ ମିଶି ମିଶାଣ କରିଲି

ସବୁବେଳେ ହେଲା ଏକ,

ତୁମ ମୁଁ'ର ମିଶାଣରୁ 'ମୁଁ'ଫେଡୁଛି

ରହୁଅଛି ସେହି ଏକ।

ଏକ ଏକା ହୋଇ କେମିତି ରହିବ

ଭାବିଲ ନାହିଁ ତ ଥରେ,

ଏପଟ ସେପଟ ନମିଶିଲେ ପରା

ମୁଦ୍ରାର ମୂଲ ତ ସରେ।

ଶୂନରେ ଏକକୁ ମିଶାଇ ଫେଡାଇ

ଦିନ କାଟୁଅଛି ମୁହିଁ,

ଜିଇଁବା ଯନ୍ତ୍ରଣା ବଢିବଢି ଚାଲେ

ଉପସମ ହେଉ ନାହିଁ।

କଥାରେ କଥାରେ କଥା ଦେଇଥିଲ

ମୋ ସାଥେ ରହିବ ବୋଲି,

କାହିଁକି କିପାଇଁ ପର କରିଦେଲ

ପଛକଥା ସବୁ ଭୁଲି।

ଜନ୍ମ ଜନ୍ମାନ୍ତର ଦ୍ଵାହି ଦେଇଥିଲ

ସପତ ଜନମ ପାଇଁ, 

ନିଜେ ନିଜ କଥା ରଖି ନପାରିଲ

ଧନ ପଛେ ଗଲ ଧାଇଁ।

ସୁଖେ ସୁଖୀହୋଇ ସୁଖ ପାଉଥାଅ

ଏତିକି ମୋର କାମନା,

ଦୁଃଖେ ଦୁଖୀ ହୋଇ ସ୍ମୃତିର ଜୂଇରେ

ଜଳିବା ମୋର ପାଉଣା।

ରୂପ ଲାବଣ୍ୟକୁ ଭଲ ପାଇବିନି

ନେଲି ମୁଁ ଶେଷ ନିଷ୍ପତ୍ତି,

ଯାହା ପାଇଁ ମୁହିଁ ଦୁନିଆ ଦେଖିଛି

ରଖିବି ତା'ଠାରେ ଭକ୍ତି ।

      


Rate this content
Log in