Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Parida

Others

4  

Chittaranjan Parida

Others

ଲେଖା ପଛର ପ୍ରେରଣା

ଲେଖା ପଛର ପ୍ରେରଣା

1 min
312


ବିନା ପ୍ରେରଣାରେ ହୁଏ ନାହିଁ କାର୍ଯ୍ୟ

କରିଲେ ମନ ଲାଗେନା,

ଦିନକର କାମ ଦିନ ଦିନ ଲାଗେ

ମନ ହୁଏ ଆନମନା ।


ପାଠପଢ଼ା ହେଉ ଅବା ଘୋଡ଼ାଚଢା

କିବା ଲେଖାଲେଖି କାମ,

ଆନ ଯେବେ କେହି ଉତ୍ସାହ ନ ଦେଲେ

କର୍ମରେ ଲାଗେ ବିରାମ ।


କବିତା ହେଉ କି ଗଳ୍ପ ଲେଖା ହେଉ

ଅଟେ ଏହା ଏକ କଳା,

ତଥାପି ଲେଖିବା ପାଇଁ ଦରକାର

ପ୍ରେରଣାର ଏକ ମାଳା।


କବି ଅଭିମନ୍ୟୁ ସାମନ୍ତ ସି°ହାର

ପତ୍ନୀଙ୍କ ମୃତ୍ୟୁ ଦୁଃଖରେ,

ବିଦଗ୍ଧ ଚିନ୍ତାମଣି କରି ରଚନା

ଅମର ଆଜି ଏ ପୁରେ ।


ଗୋପବନ୍ଧୁ ଦାଶ ଲେଖିଥିଲେ କାବ୍ୟ

ରହି ବନ୍ଦୀ କାରାଗାରେ,

ବନ୍ଦୀର ଆତ୍ମକଥା ଲେଖି ଅଛନ୍ତି

ବନ୍ଦୀଶାଳା ପ୍ରେରଣାରେ ।


ମୁହିଁ ଅକିଞ୍ଚନ ଲେଖେ ପିଲାଦିନୁ

ବାପାଙ୍କ ପ୍ରେରଣା ପାଇ,

ମଝି ଜୀବନରେ ସୁପ୍ତ ହେଲା କଳା

ଚାକିରୀ କର୍ମରେ ଧାଇଁ ।


ସୁପ୍ତ ମନକୁ ମୋ ଜାଗ୍ରତ କରିଛି

ଆଜିର ଷ୍ଟୋରିମିରର,

ତାହାର ପ୍ରେରଣା ମୋ ପାଇଁ ଅମୂଲ୍ୟ

ଲେଖୁଥିବି ନିରନ୍ତର ।

      



Rate this content
Log in