STORYMIRROR

Chittaranjan Parida

Others

3  

Chittaranjan Parida

Others

ନିରବ ଝଡ଼

ନିରବ ଝଡ଼

1 min
251

ସ୍ନେହ ମମତାର ଅତୁଟ ବନ୍ଧନ

ବାଲି ଗୋଡି ସିମେଣ୍ଟର 

ବନ୍ଧନଠୁ ବି ମଜବୁତ,

ଯେତେ ଦୃଢ଼ ହେଲେ ମଧ୍ୟ

ବେଳେବେଳେ ଅବିଶ୍ଵାସର

ନିରବ ଝଡ଼

ଅସହିଷ୍ଣୁତାର ମୂଷଳ ଧାରାକୁ

ଡାକିଆଣେ

ଆଉ ବନ୍ଧନରେ ଫାଟ ସୃଷ୍ଟି କରି

ଧସେଇ ଦିଏ।

ପ୍ରେମ ଏକ ଆଦିମ ସ୍ରୋତସିନୀ

ଯାହାର ସ୍ରୋତରେ ପାଦ ଥାପିଦେଲେ

ନିଜକୁ ହଜାଇବାକୁ ପଡେ

ସ୍ନେହ ମମତା ପାଲଟିଯାଏ ଅନ୍ଧଗଳି

ଦୁଇ ମନର ମଜବୁତ କାନ୍ଥରେ

ଗଢ଼ା ହୁଏ ପ୍ରେମର ମନ୍ଦିର

ସୃଷ୍ଟିହୁଏ ବନ୍ଧନର ନୂଆ ପରିଭାଷା

ମନେହୁଏ ସ୍ଵର୍ଗସୁଖ

ହାତ ପାଆନ୍ତାରେ।

ପାର୍ଥିବ ପ୍ରେମାନନ୍ଦର ନୀଳାମ୍ଵୂରେ

ଅବଗାହନ କରୁକରୁ

କେବେ ଯଦି ସନ୍ଦେହର

ନୀରବଝଡ ମାଡିଆସେ

ଧୀରେଧୀରେ ପାଲଟିଯାଏ

ଅଶାନ୍ତ ଝଡରେ

ପ୍ରବଳ ବର୍ଷାହୋଇ ଝରିପଡେ

ଦୁଇ ନୟନ ଧାରରୁ

ମନର ବାରିଧିରେ ସୃଷ୍ଟି ହୁଏ

ସୁଉଚ୍ଚ ଲହଡ଼ି ମାଳମାଳ

ଯାହା ହୃଦୟର ଆବରଣ ଭେଦି

ଛୁଇଁଯାଏ ଆତ୍ମାକୁ,

ମମତା ଓ ପ୍ରେମର ମଝି ସ୍ରୋତରେ

ଉବୁଟୁବୁ ହେଉହେଉ

ନା ପହଞ୍ଚିପାରେ ମମତା କୋଳରେ

ନା ପ୍ରେମର ତଟରେ ।

      


Rate this content
Log in