STORYMIRROR

Chittaranjan Parida

Crime

3  

Chittaranjan Parida

Crime

କଳଙ୍କ

କଳଙ୍କ

1 min
239

ମୋର ଯେତେବେଳେ

ନିଶା ଉତୁରି ଯାଏ

ଭଲ ମଣିଷଟିଏ ଜନ୍ମ ନିଏ

ଅତୀତ, ବର୍ତ୍ତମାନ ମନେ ପଡେ ।

ପିଲାଦିନରୁ ପାନ ଗୁଟ୍ଖା

କଲେଜ ଜୀବନରେ ମଦ ଗଞ୍ଜେଇ

ଏବେ ହେରୋଇନ ଚରସ୍ କୋକେନ୍

ବ୍ରାଉନ୍-ସୁଗାର ଆହୁରି କେତେ

ମୁଁ ନିଶାକୁ ଭଲ ପାଉଥିଲି

ଏବେ ନିଶା ମୋତେ ଏତେ ଭଲପାଏ

ଏତେ ଭଲପାଏ ଯେ

ଜାବୁଡ଼ି ଧରିଛି

କ୍ଷଣେ ବି ଅନ୍ତର ହେଉନି।

ମୁଁ କୁଆଡେ ଲୋକଙ୍କ ଆଖିରେ ଡନ୍

ମୁଁ ମୋ ସ୍ଵତନ୍ତ୍ର ସାମ୍ରାଜ୍ୟର ସମ୍ରାଟ

ମୋ ଇଙ୍ଗିତରେ ସବୁକିଛି ଚାଲେ

ଧଳାଜହରବେପାର

ହତ୍ଯା, ଲୁଣ୍ଠନ, ଅପହରଣ, ରାହାଯାନୀ

ସମାଜ ଯାହାକୁ ଅପରାଧ କହେ

ମୋ ସାମ୍ରାଜ୍ୟରେ ଆଇନ୍,

ମୋ ଇଙ୍ଗିତରେ ଉଠବସ୍ ହୁଅନ୍ତି

ନେତା ଅଭିନେତା ମନ୍ତ୍ରୀ ଯନ୍ତ୍ରୀ ଅମଲା

ଶାସନକଳର କଳାଦଉଡି

ମୋ ହାତରେ

ଯେମିତି ହଲେଇବି

ସେମିତି ନାଚିବେ।

ବାଟରେ ଗଲାବେଳେ

ମୋ ଆଗରେ ଲୋକେ 

ମୁଣ୍ଡ ତଳକୁ କରନ୍ତି

ମୋତେ ଅବୁଝା

କେବେ ଘରକୁ ଗଲେ

ମୋ ମୁଣ୍ଡ ତଳକୁ ହୁଏ

ଜର୍ଜରିତ ହୁଏ ବାକ୍ୟ ବାଣରେ

ବାପାମାଆ ଡାକନ୍ତି କୁଳାଙ୍ଗାର

ଆଗରୁ କହିଛନ୍ତି

ମଲାପରେ ମୁଁ କୁଆଡେ

ମୁଖାଗ୍ନି ଦେଇପାରିବିନି

ସେମାନଙ୍କ ମୁହଁରେ,

ସ୍ତ୍ରୀ ଧିକ୍କାର କରେ

ପିଲାମାନଙ୍କୁ ଆସିବାକୁ ଦିଏନାହିଁ

ମୋ ପାଖକୁ

ବାରବାର ତାଗିଦ କରେ 

ଘରକୁ ନଯିବା ପାଇଁ

ଭଉଣୀମାନେ ଭୁଲିଗଲେଣି

ମୁଁ ତାଙ୍କର ଭାଇ ବୋଲି

ମୁଁ ନା ବାପାମାଆର

ନା ସ୍ତ୍ରୀର

ନା ପିଲାମାନଙ୍କର

ନା ପ୍ରିୟପରିଜନ ବନ୍ଧୁବାନ୍ଧବର

ମୁଁ କୁଆଡ଼େ

କଳଙ୍କର ପାହାଡ଼ ମୁଣ୍ଡେଇଥିବା

କଳଙ୍କିତ ମଣିଷ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime