STORYMIRROR

Kadambari Mohakhud

Abstract Tragedy Crime

4  

Kadambari Mohakhud

Abstract Tragedy Crime

ନିସ୍ତବ୍ଧ ଅନ୍ଧକାର (କାଦମ୍ବରୀ ମହାଖୁଡ଼ )

ନିସ୍ତବ୍ଧ ଅନ୍ଧକାର (କାଦମ୍ବରୀ ମହାଖୁଡ଼ )

1 min
281

  


 ନିସ୍ତବ୍ଧ ଏ ଅନ୍ଧକାର ରାତିରେ 

କେଇଟା ପୁରୁଷଙ୍କ ଦୁଷ୍କର୍ମ ଚିନ୍ତନରେ

 ପୁରୁଷର ଏ ପିଶାଚ ଅତ୍ୟାଚାରରେ 

ନାରୀ ସାଜେ ଜୀବନ୍ତ ମୁର୍ଦାରଟିଏରେ ||

 

ନିସ୍ତବ୍ଧ ଅନ୍ଧକାର ରାତିରେ 

ହୁଏ ବିକଟାଳରେ କେଉଁ ନାରୀର ଚିତ୍କାର 

ଏଠି ମାଧବ ଆସନ୍ତିନି ବସ୍ତ୍ରହରଣରେ 

ପୁରୁଷ ପଶୁ ସାଜିକରେ ନାରୀର ବଳାତ୍କାର ||


ନିସ୍ତବ୍ଧ ଅନ୍ଧକାରରେ .....

କେବଳ ନାରୀ ବଳାତ୍କାର ନୁହେଁ.....

କନ୍ୟା ଭୃଣ ହତ୍ୟା କରାଯାଏ |

କେବଳ ନାରୀ ନିର୍ଯ୍ୟାତନା ନୁହେଁ ....

କୋଠରୀ ଅନ୍ଧକାରେ ନାରୀକୁ ଜାଳି ଦିଆଯାଏ ||


ତଥାବି ଏ ସମାଜ ନାରୀକୁ 

ଅଭିଶପ୍ତ ଭାବେ ,

ଆଉ ଅତ୍ୟାଚାର ପୀଡ଼ିତାକୁ 

ଦୋଷୀବୋଲି ଭାବେ ||


ଭୁଲ କେଉଁଠି .......?

ପୁତ୍ର ଜନ୍ମ ନିଏ ମାତୃ କୋଳରେ ....?

ନା ପୁତ୍ର ଅଶିକ୍ଷିତ ପିତୃ ଶିକ୍ଷାରେ...... ?

ନା ଭୁଲ ପୁରୁଷର ଚିନ୍ତନରେ ....?

ନା ଭୁଲରୁହେ ନିରୀହ ନାରୀର କପଡ଼ାରେ ....?


ବଡ ବିଚିତ୍ର ଏ ସମାଜର ଚିନ୍ତା 

ଆଉ ବିଚିତ୍ର ନାରୀ ପ୍ରତି ମାନସିକତା 

ନାରୀ ଆଜି ନିରୁପାୟ ପୀଡିତା 

ଆଉ ପୀଡିତାର ଜୀବନ ସାଜେ ଅନ୍ଧକାର ନିସ୍ତବ୍ଧତା ||



Rate this content
Log in

Similar oriya poem from Abstract