ଭିନ୍ନକ୍ଷମ
ଭିନ୍ନକ୍ଷମ
ଶୈଶବରୁ ବଢେ ଯୌବନ ଓ ଯୌବନରୁ ବୃଦ୍ଧା
ସମାଜର ମାନସିକତାରେ ବଞ୍ଚେ ଅଧାଅଧା
କେବେ ହତାଶ ମନ ଜଳାଏ ବଞ୍ଚିବାର ଆଶା
ହେଲେ ଉଚ୍ଚ ଶୃଂଘ ଛୁଇଁବାର ଭାଙ୍ଗିନି ଜିଜ୍ଞାସା ।
ନଥାଏ ଆଲୋକ ଅବା ଅନ୍ଧାର ପ୍ରଭେଦ ବାକ୍ୟ
ଉପହାସିତ କରେ ପୂର୍ଣ୍ଣତା ଦାରିଦ୍ରର ଭୋକ
ନିସ୍ତବ୍ଧରେ ଶୁଖୁଛି ପ୍ରଲୀନ କରୁଣା ଲୋତକ
ମନୁଷ୍ୟ ଏକ ହେଲେ ମଗ୍ନ ମାନସିକ ଅନେକ ।
ବକେୟା ଶାସ୍ତି ଭୋଗେ ଏଇ ଅଧାଗଢ଼ା ପୂର୍ଣ୍ଣାଙ୍ଗ
ନେତ୍ରହୀନ କର୍ଣ୍ଣହୀନ ବ୍ୟଭିଚାରରେ ଦିବ୍ୟାଙ୍ଗ
କାହାପାଇଁ ଭିନ୍ନକ୍ଷମ କାହାପାଇଁ ବିକଳାଙ୍ଗ
ଏକ ଅଙ୍ଗ ଅଧାହେଲେ ସାଜେ ଅଧୁରା ସାଷ୍ଟାଙ୍ଗ ।
ଯେବେ ଚଳନ ବ୍ୟାଧି ଜୀବନ ସାଜେ ମରୀଚିକା
ରଙ୍ଗଭରା ଦୁନିଆଟା ସେବେ ଦିଶେ ଫିକାଫିକା
ହେଲେ ଅତ୍ମାଶ୍ରୟ ବଢ଼ାଇଛି ଧୈର୍ଯ୍ୟତାର ଟୀକା
ସର୍ବେଥାଇ ପରିଜନ ଭାଗ୍ୟଲଢେ ଏକାଏକା ।
କେବେ
ଅରୁଣିମା ସକ୍ଷମରେ ସ୍ନିଗ୍ଧ ଆତ୍ମବଳ ଯୋଦ୍ଧା
ପ୍ରମୋଦ ଭଗତ ଉଦାହରଣ ଦିଏ ନୀତିଶିକ୍ଷା ।
ଏବେ
ବୁଦ୍ଧିଜୀବୀ ବଦଳାଅ ସମାଜର ମଳିନ ପରଦା
ସମକକ୍ଷ ସମ୍ମାନରେ ସର୍ବେଦିଅ ସମୁଚିତ ଆକ୍ଷା ।