Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kadambari Mohakhud

Action Classics Inspirational

3  

Kadambari Mohakhud

Action Classics Inspirational

ଆମେ ଭାରତୀୟ

ଆମେ ଭାରତୀୟ

1 min
154



କ୍ରାନ୍ତିକାରୀ ନିଷ୍ଠା ସ୍ୱାଭିମାନ ଆଶା 

ବୀରପଣ ଘାରି ଧୈର୍ଯ୍ୟ ଶପଥ 

ଉଲ୍ଲାସ ଉତ୍କଣ୍ଠା ସଂଘର୍ଷର ନିଶା

ବିପ୍ଲବର ଅଗ୍ନି ସ୍ୱଚ୍ଛ ଭାରତ  ।


ବୀରତ୍ବର ଦେଶ ବୀରତ୍ୱ ଆଶିଷ

ସହିଦ ଯବାନ ଏହାର ସାକ୍ଷୀ 

ସାହସର ଧର୍ଯ୍ୟ ସାହସ ମାଧୁର୍ଯ୍ୟ 

ବଜ୍ର ପଙ୍କ୍ତି ମେରୁ ସୀମାରେ ରଖି l


ଶକ୍ତି ଶାନ୍ତି ଶୁଭ ପ୍ରତୀକ ଦୁର୍ଲ୍ଲଭ

ସ୍ୱାଧୀନ ବେଶରେ ତୀରଙ୍ଗା ବାନା 

ଏ ଦେଶ ଆଲୋକ ଚମକ ଭୀଷକ 

ତୁମପାଇଁ ଆହେ ସ୍ୱାଧୀନ ସେନା ।


ଗାଇ ଜନ ଗଣ ହୋଇଆମେ ଲୀନ

ଧରିଛୁ ସ୍ୱାଧୀନ ଶାସନ ମଙ୍ଗ 

ପଲ୍ଲୀ ଠାରୁ ଦିଲ୍ଲୀ ବିଭୋର ପାଳନ

ଦ୍ରାବିଡ଼ ମରାଠା ଉତ୍କଳ ବଙ୍ଗ ।

 

ତଥାପି ଭାରତ ମାତା ଖୋଜୁଛି ଏକତା 

ଭାଇଚାରାର ବନ୍ଧୁତା ନାରୀକୁ ମାନ୍ୟତା

ଚାହେଁ ରାଷ୍ଟ୍ର ଅଖଣ୍ଡତା ରାଷ୍ଟ୍ରୀୟ ଦୃଢ଼ତା

ମହନୀୟ ହେଉ ଭାରତୀୟ ଜନତା ।


Rate this content
Log in

Similar oriya poem from Action