STORYMIRROR

Kadambari Mohakhud

Abstract

4  

Kadambari Mohakhud

Abstract

ଜୀବନ ଯୁକ୍ତାକ୍ଷରରେ

ଜୀବନ ଯୁକ୍ତାକ୍ଷରରେ

1 min
405


ଜୀବନଟା ଏକ ବର୍ଣ୍ଣିତ କବିତା 

ଯୁକ୍ତାକ୍ଷର ମାଳା ସମ୍ପର୍କ

ସ୍ମୁତି ଓ ବିସ୍ମୁତି ମନର ଶାମୁକା

ମୋହ ସମ୍ପର୍କର ବାହକ ||


ଜୀବନର ରାସ୍ତା ଅଙ୍କାବଙ୍କା ନଈ

ମନର ଭାବନା ଅସ୍ଥାୟୀ ପଥିକ

ଶରୀର ଖୋଳଟା ରଙ୍ଗୀନ ମଲାଟ 

ବିଷୟ ଗୋଟିଏ......ପ୍ରଶ୍ନ ଅନେକ ||


ଅତ୍ୟଧିକ ଖୁସି ହସ ଲହରୀରେ 

ବଦଳାଏ ସ୍ଥିତି ଅନେକ 

ଦୁଃଖ କିଞ୍ଚିତ କାଳେ ଟୋପା ଏ ଲୁହରେ 

କୋହ ଭରି ଆସେ ଅନେକ ||


ଜୀବନଟା ଏକ ପ୍ରଶ୍ନର ଡ଼ାଇରୀ 

ଯା 'ର ଉତ୍ତର ଖୋଜିବା କଷ୍ଟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract