କାକର ପ୍ରକୃତି ପ୍ରେମିକା
କାକର ପ୍ରକୃତି ପ୍ରେମିକା
ପ୍ରକୃତି ପ୍ରେମିକା ମୁଁ କାକରର ଛିଟା
ମୁଁ ତରୁ-ଲତା ,ପତ୍ର-ଫୁଲ ସଭିଙ୍କ ପ୍ରେମିକା
ପାହାନ୍ତି କାକର ବିନ୍ଦୁ ମୁଁ ଶୀତଳର ଛିଟା
ସଭିଏଁ ଭାବନ୍ତି ମୁଁ କାଳେ..... ଫୁଲର ପ୍ରେମିକା ||
ହେମନ୍ତର ଚାଲିଯିବା ଅବା ଶୀତର ଆସିବା
କୁହୁଡ଼ିକୁ ନିବେଦନ ଚାଲ ସାଥିହୋଇ ମିଶିବା
ପାହାନ୍ତି ସୁରୁଜ ସାଥେ ଲୁଚକାଳି ଖେଳିବା
ପ୍ରକୃତିର ନିରଳା ଗାଲିଚାରେ…. ସାଥିହୋଇ ବସିବା ||
ବାରମାସୀ ପ୍ରେମିକା ମୁଁ ପ୍ରଭାତର ବେଳେ
ନୀତି ଦେଖେ ପ୍ରକୃତିକୁ ପତ୍ର ଅବା ଡାଳେ
ଦୃଷ୍ଟି ବି ବଦଳି ଯାଏ ଭାବନାର ବେଳେ
ବର୍ଣ୍ଣନାରେ ରହିଯାଏ ମୁଁ.... ଫୁଲର କୋଳେ ||
ପ୍ରଜାପତି ବନ୍ଧୁ ସାଜି ସାଥେ ଆସି ବସେ
ପାହାନ୍ତି କାକଳି ମୋତେ ଦେଖି ରାବେ
କୋଇଲି ବି ସିଟି ମାରି ଇଶାରାରେ ଡାକେ
ମୁଁ ଲାଜେଇ ପ୍ରେମିକା ଯେ.. ସକାଳରେ ଭିଜେ ||
ପ୍ରକୃତିର ପ୍ରେମିକ ମୁଁ କାକର ର ଛିଟା
ଚିତ୍ରକାର , ଲେଖକର ମୁଁ ବିଷୟ ବଟିକା
ଶୀତଳ ଜ୍ୟୋତ୍ସ୍ନାର ମୁଁ ପାହାନ୍ତି ତାରକା
କିଏ କହେ କେବଳ ମୁଁ ….. ଋତୁର ନାୟିକା ||
ପ୍ରକୃତିର ପ୍ରେମିକା ମୁଁ.... କାକରର ଟୋପା
ସକାଳର ଅଳଙ୍କାର.. ମୁଁ ପ୍ରକୃତି ପ୍ରେମିକା ………. ||