STORYMIRROR

Kadambari Mohakhud

Children Stories Children

3  

Kadambari Mohakhud

Children Stories Children

ଫେରି ଆସନ୍ତା କି ମୋ ପିଲା ଦିନ

ଫେରି ଆସନ୍ତା କି ମୋ ପିଲା ଦିନ

1 min
684


ଫେରିଆସନ୍ତା କି ମୋ ପିଲା ଦିନ 

ମାଟି ବାଲି ସାଥେ ଖେଳନ୍ତା ମନ 

ସମୟ ସବୁକୁ...... ନେଲା କି ଚୋରେଈ ?

ଲିଭି ଗଲା ସେଇ..... ମାଟି ବାଲି ରୋଷେଇ 


ସମୟ ସାଥିରେ....... ଶୈଶବ ର ଦିନ ଯାଇଛି ବିତି

ପିଲା ଦିନ ଏବେ ସାଜିଛି ସ୍ମୁତି

ମାଟି କଣ୍ଢେଇ ସାଥେ ବାଲି ଦେଉଳ 

 କାଠି ଆଇସକ୍ରିମ ଵାଲା ର ସେ ବେଳ 


ବାପାଙ୍କ ସାଇକେଲ ଘଣ୍ଟି ଶବ୍ଦରେ 

ଖୁସିରେ ଦୌଡେ..... ବସି ବୁଲିବାକୁ ଆଗ ରଡ଼ରେ 

ମିଳୁନି ସେ ସୁଖ ..... ଦାମୀ ବାଇକ ହୋଉ ଅବା କାର ରେ 

ମନେ ପଡେ ଯେବେ ପିଲା ଦିନରେ


ଫେରି ଆସନ୍ତା କି ମୋ ପିଲା ଦିନ......


ପର୍ବ ପର୍ବାଣି ର ଯେତକ ଖୁସୀ

ନୂଆ ଜାମା ହେଲେ ଆନନ୍ଦ ବେଶୀ 

ମନେ ପଡେ ଏବେ ସେ ବୟସ ବେଶୀ

ଏବେ ବି ଯାଉଛି ଆଖିରେ ଭାଷି 


ସେ ବର୍ଷା ପାଣିରେ ଭିଜିବା ମଜା 

ଭସାଇ ଛି କେତେ କାଗଜ ର ଡ଼ଙ୍ଗା  

ଆସନ୍ତା କି ଫେରି ସେ ଶୈଶବ ର ଦିନ 

ଅଭୁଲା ଅତୀତ ସେ ପିଲା ଦିନ 


ଫେରିଆସନ୍ତା କି ମୋ ପିଲା ଦିନ.....


ମାଟିରେ ଖେଳନ୍ତି ..... ମୁଁ ସାଙ୍ଗଙ୍କ ମେଳେ 

 ଲୁଚି ମୁଁ ଯାଆନ୍ତି...... ବାପା ଗାଳି ଦେଲେ ମା ର କୋଳେ 

ଚକୋଲେଟ ର ସେ ଅଠା ମୁଁହରେ

ପୋଛି ଦିଏ ମା ପଣତ କାନିରେ 


ଫେରିଆସନ୍ତା କି ମୋ ପିଲା ଦିନ

ଭୁଲି ଯାନ୍ତି ମୁ...... ମିଛ ମୋହ ଏ ମାୟା ଜୀବନ 

ନା ଥାନ୍ତା କିଛି ପାଇବାର ସନ୍ନମାନ

ନା ଥାନ୍ତା ହରେଇବାର ମାନ ଅଭିମାନ


ସମୟ ଦିଅନ୍ତା ସ୍ମୁତି କୁ ଦାନ 

ସାଇତି ରଖନ୍ତି ଦେଇ ଯତନ

ଫେରିଆସନ୍ତା କି ମୋ ପିଲା ଦିନ.

ଫେରିଆସନ୍ତା କି ମୋ ପିଲା ଦିନ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍