Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kadambari Mohakhud

Comedy Drama Classics

4  

Kadambari Mohakhud

Comedy Drama Classics

ରେଳଯାତ୍ରୀ ଆଳାପ

ରେଳଯାତ୍ରୀ ଆଳାପ

1 min
363



ଏମନ୍ତ ସେମନ୍ତ କରନ୍ତି ଆଳାପ 

  ଯେମନ୍ତ ପୂର୍ବୀୟ ନିଜର ବନ୍ଧୁ 

ବହୁଦିନ ଅନ୍ତେ ଦେଖା ଓ ଆଳାପ 

  ଖୋଲନ୍ତି ପର୍ଯ୍ୟାପ୍ତ ଗପର ସିନ୍ଧୁ।


ନିଜଠୁ ନିଜର ସମ୍ପର୍କ ଯେମନ୍ତ 

   ଚାଲଇ ସହରର ଚର୍ଚ୍ଚା ଯାଦୁ 

ସେମନ୍ତ ସେତିକି ଶେଷ ନ କରନ୍ତି

   ମିଶି ତସ୍କର ଠକ ଠାରୁ ସାଧୁ ।


ରାଜଧାନୀ ଠାରୁ ରାଜନୀତି ସ୍ଥିତି  

  ଶୁଣାନ୍ତି ଗଭୀର ବାଣୀ ଏମନ୍ତ 

ନବ ନିର୍ବାଚିତ ସତେକି ଯେମନ୍ତ 

କରନ୍ତି ଆଳାପ ଠାଣି ସେମନ୍ତ ।


ଗାଁ ରୁ ସହର ଓ ସହରରୁ ଦେଶ 

  ସାଧୁ ଠାରୁ ବଳି ସନ୍ଥ ଯେମନ୍ତ 

ଲୁଚାକୁଚା ଠାରୁ ଚକଚକିଆ ବେଶ 

 ରେଳ ଯାତ୍ରୀର ଆଳାପ ସେମନ୍ତ ।


ବାଉରୀ କ୍ରିକେଟ ସ୍କୁଲ ପଡ଼ିଆରୁ

 କଥା ବିରାଟ କୋହିଲି ପର୍ଯ୍ୟନ୍ତ

ରେଳ ଡଵା ନୁହଁ ବହୁମୁଖୀ ସେବା

  ସାଥେ ତାସ ର ପତା ନିମନ୍ତ ।

 

ବେକାରିଆ ଠାରୁ ଚାକିରିଆ ଯେନ୍ତେ 

  ଦାତା ଠାରୁ ବଳି ଗ୍ରହୀତା ସେନ୍ତେ 

 ପ୍ରସ୍ଥାନ ଜାଗାରୁ ଆଉ କି ଉଠନ୍ତେ 

 ଡାକେ ରେଳ ସିଟି ମାରି ଏମନ୍ତେ ।


ବାକି କିଛି ଜନ ସେମନ୍ତ ଚାଁହାନ୍ତି

ଯେମନ୍ତ ସେମନ୍ତ କିଛି ନ ବୁଝନ୍ତି 

ରେଳ ର ଆଳାପ ଶେଷ ନ ହୁଅନ୍ତି 

ନିରୀହ ଯାତ୍ରୀ ବି ମୁରୁକି ହସନ୍ତି ।



Rate this content
Log in

Similar oriya poem from Comedy