STORYMIRROR

Kadambari Mohakhud

Children Stories Action Inspirational

3  

Kadambari Mohakhud

Children Stories Action Inspirational

ଗୁରୁ ଆଦ୍ୟପ୍ରଦୀପ

ଗୁରୁ ଆଦ୍ୟପ୍ରଦୀପ

1 min
121


ହେ ଗୁରୁ

 ତୁମେ ଶିକ୍ଷା ଆଶିଷର ଆଲୋକ ବର୍ତ୍ତିକା

 ଗଢୁ ଅଛ ନିତି ନୂତନ ପ୍ରତିଭା 

  ଅଜ୍ଞାନର ଜ୍ଞାନ ପ୍ରଥମ ପୁସ୍ତିକା 

  ଶିଷ୍ୟ ଜୀବନର ପଥ ପଦର୍ଶିକା ।


  ଅଜ୍ଞାନ ରାଇଜେ ଜ୍ଞାନର ଭାସ୍କର

  ତୁମେ ହିଁ ଆରମ୍ଭ ଛାତ୍ର ଜୀବନର  

  ସର୍ବ ସିଦ୍ଧି ଶିକ୍ଷା ଜ୍ଞାନର ଭଣ୍ଡାର  

  ଅଗତିର ଗତିଶିକ୍ଷା ଅନ୍ଧାର ପଥର ।

     

  ତୁମେ ଜୀବ ସାଧନ ଶିକ୍ଷାର ଆଦ୍ୟପ୍ରଦୀପ 

  ସପନକୁ ଦିଅ ବାସ୍ତବର ରୂପ 

 ତୁମ ଆଶୀର୍ବାଦ ଅମୋଘ କବଚ 

  ତୁମେ ଶିକ୍ଷାର୍ଥୀର ଶୁଭ ସୁଚିନ୍ତକ ।


 ଶିଖାଇଛ ଶିକ୍ଷା ବିନା ଭବିଷ୍ୟତ ଜାଲ 

  ଅଜ୍ଞାତରୁ ଉଦ୍ଧାରିଲ ନିତି ଶିକ୍ଷା ତୁଲ୍ୟ 

  ଅକ୍ଷୁର୍ଣ୍ଣ ରହିବ ଜଗତେ ସଦା ସାଫଲ୍ୟ

  ତୁମ ବିନା ଶିଷ୍ୟର ନାହିଁ କିଛି ମୂଲ୍ୟ ।

    

  ଅଜ୍ଞାନକୁ ଦୂରକରି ଦିଅ ଜ୍ଞାନ ଚକ୍ଷୁ ଦାନ  

  ତୁମେ ହିଁ ତ ନର ରୂପେ ଅଟ ନାରାୟଣ

  ଧରଣୀ ମାତାର ତୁମେ ସୁଯୋଗ୍ୟ ସନ୍ତାନ

  ଘେନ ମୋର ହୃଦୟରୁ କୋଟିଏ ପ୍ରଣାମ ।


Rate this content
Log in